ବରଗଡ଼,୨୧ା୧(ଡି ଏଚ) : ବରଗଡ଼ ଜିଲ୍ଲାବସୀଙ୍କ ପାଇଁ ଖୁସି ଖବର। ବରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ। ଦିନିକିଆ ବରଗଡ଼ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଏଠାରେ କ୍ୟାନସର ହସ୍ପିଟାଲ୍ ପ୍ରତିଷ୍ଠା ହେଲେ ବହୁ ଗରିବ ରୋଗୀ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ।ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ଆଜି ଲୋକାର୍ପିତ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡ଼ା ବରଗଡ଼ରେ ଏକ ସାଇନ୍ସ ପାର୍କର ମଧ୍ୟ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ। ଆଜି ବରଗଡ଼ ପାଇଁ ମୋଟ ୧୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।