ପଦ୍ମପୁର,୨୧ା୧(କୁଞ୍ଜ ବିହାରି ସାହୁ ) :ଓଡିଶାର ଉପାନ୍ତ ଅଞ୍ଚଳରୁ ଛତିଶଗଡ ରାଜ୍ଯକୁ ନଦୀବାଲି ଚୋରା ଚାଲଣା ନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ବେ ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଥିବା ଦେଖାଦେଇଛି। ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ ବରଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳ ଝାରବନ୍ଧ ଜଗଦଲପୁର ଅଞ୍ଚଳ କୁ ଲାଗି ରହିଥିବା ଛତିଶଗଡ ରାଜ୍ଯର ପଡୋଶୀ ଗାଁ ସହରକୁ ଶହ ଶହ ସଂଖ୍ଯାରେ ଟ୍ରାକ୍ଟର, ହାୱାଆ ଯୋଗ ବାଲି ଚୋରା ଚାଲଣା ହେଉଛି। ଏ ସମ୍ବନ୍ଧରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହୋଇଥିବା ବେଳେ ପୁଣି ଏହି ଚୋରା ଚାଲଣା ରେକେଟ ବଢିବାରେ ଲାଗିଛି। ବରଗଡ ଆରଟିଓ, ଅବକାରୀ ଓ ଝାରବନ୍ଧ ପୋଲିସର ମିଳିତ ସଡକ ସୁରକ୍ଷା ଦିବସ ପାଳନ ସମୟରେ ଝାରବନ୍ଧ ଲଉଡିଦରା ଛକ ଠାରେ ଏକ ହାୱାଇ – ଟ୍ରକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବା ଧରାପଡି ଥିଲା। ଯାହାକି ବର୍ତ୍ତମାନ ଝାରବନ୍ଧ ଥାନା ହେପାଜତରେ ଥିବା ଜଣାପଡ଼ିଛି।ଏହି ଧରା ପଡ଼ିଥିବା ହାୱାଆ ଗାଡି ନମ୍ବର ସିଜି – ୦୪- ଏଲ- ୯୦୯୭ର ମାଲିକ ମନିଶ କୁମାର ୱାଧା ରାଏପୁର ଛତିଶଗଡର ବୋଲି ଜଣାପଡ଼ିଛି। ଏ ସମ୍ବନ୍ଧରେ ଝାରବନ୍ଧ ଥାନା ଏଏସଆଇ ବିନୋଦ କନ୍ଧେର କହନ୍ତି , ଧରାପଡି ଥିବା ଗାଡି ଗୁଡିକ ଯାଞ୍ଚ ବେଳେ କୌଣସି କାଗଜପତ୍ର ଦେଖାଇ ପାରି ନଥିବା ଏହା ରେଭିନ୍ୟୁ ଡିପାର୍ଟମେଣ୍ଟର କାର୍ଯ୍ଯ ହେତୁ ନିଶ୍ଚିତ ଭାବେ କାର୍ଯ୍ଯାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି। ସେହିପରି ଝାରବନ୍ଧ ଏଡିସନାଲ ତହସିଲଦାର ପର୍ଶୁରାମ ପଣ୍ଡା କହନ୍ତି – ଅଭିଯୋଗ ହେଲେ ନିଶ୍ଚିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସୂଚନାରୁ ଜଣାଯାଏ ଯେ ଝାରବନ୍ଧ ତହସିଲ ଅନ୍ତର୍ଗତ ଥିବା ଅଙ୍ଗ ଓ ଜଙ୍ଗ ନଦୀ ଅବବାହିକାରେ ଥିବା ଗାଁ ନଦୀ କ୍ବାରୀ ଗୁଡିକରୁ ପଡୋସୀ ରାଜ୍ୟ ଛତିଶଗଡ ରାଜ୍ଯର ଗାଁ ଠୁଁ ସହରକୁ ବାଲି ଚୋରା ଚାଳଣା ହେଉଛି।ବଡ ଅନକୀ ଜଙ୍ଗନଦୀ ଅବବାହିକାରୁ ସୁକମାରୀ ପୁର ଛକ ଦେଇ ଶାକ୍ରୀ ଛତିଶଗଡ ଅଞ୍ଚଳକୁ ପ୍ରତ୍ଯହ ଏହି ଚୋରା ଚାଳଣା ହେଉଥିବା ଦେଖା ଦେଇଛି। ଏ ସଂପର୍କରେ ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ସଲାସୁତୁରା ମଧୁଚନ୍ଦ୍ରିକା ଥିବା ଅନୁମାନ ହୁଏ। ଦେଖାଯାଉ ଏ ଧରପଡି ଥିବା ହାୱାଆ ଗାଡି ଓ ନମ୍ବର ବିହନ ଟ୍ରାକ୍ଟର ଗୁଡ଼ିକ ଉପରେ କି ପ୍ରକାର ପଦକ୍ଷେପ ବିଭାଗିୟ ଅଧିକାରୀ ମାନେ ନେବେ ତାହା ପ୍ରଶ୍ନବାଚୀ ରହିଛି ।