ବରଗଡ଼,୨୦ା୧(କୁଞ୍ଜ ବିହାରୀ ସାହୁ) : ପଦ୍ମପୁର ସହରର ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୁଲ୍ୟରେ ଆୟୋଜିତ ୨୬ତମ ସର୍ବଭାରତୀୟ ବୋଡାସମ୍ବର କପ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ୟୁନୁୟନ ସ୍ପୋର୍ଟିଙ୍ଗ କଟକ ଓ ଆରୱାଇସିସି ରାଉଲକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଙ୍ଘର୍ଷପୂର୍ଣ୍ଣ ୩୦ ଓଭରରେ ଏହି ମ୍ୟାଚରେ ୟୁନୁୟନ ସ୍ପୋର୍ଟିଙ୍ଗ କଟକ ଦଳକୁ ଆରୱାଇସିସି ରାଉଲକେଲା ଦଳ ୩ରନରେ ପରାସ୍ତ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ମାନୀତ ଅତିଥି ଭାବରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ଓ ନୁଆପଡା ବିଧାୟକ ରାଜେନ୍ଦ୍ର ଢୋଳକିଆ ପ୍ରମୁଖ ଯୋଗଦେଇ ଉପବିଜେତା ଦଳକୁ ଟ୍ରଫି ସହ ୪୦୦୦୦ ଟଙ୍କା ନଗଦ ରାଶି ଓ ବିଜେତା ଦଳକୁ ଚମ୍ପିୟାନ ଟ୍ରଫି ସହ ୬୦୦୦୦ ଟଙ୍କା ନଗଦ ରାଶି ପ୍ରଦାନ କରିଥିଲେ । ଆରୱାଇସିସି ରାଉଲକେଲା ଦଳର ୧୭ ବର୍ଷୀୟ ଖେଳାଳୀ ହେମନ୍ତ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପୁରଷ୍କାର ପ୍ରଦାନ କରାଯାଇଥିଲା ।
