ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବନ୍ନି କନ୍ୟା ପାର୍ବତୀ ଗିରୀଙ୍କ ଜୟନ୍ତୀ ଉତ୍ସବ-୨୦୨୦ ପାଳିତ

335
ADVERTISEMENT

ବରଗଡ଼,୨୦ା୧(କୁଞ୍ଜ ବିହାରୀ ସାହୁ) : ପାଇକମାଳ ସ୍ଥିତ ନୃସିଂହନାଥ କସ୍ତୁରବା ଗାନ୍ଧୀ ମାତ୍ରୁନିକେତନ ଠାରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବନ୍ନି କନ୍ୟା ପାର୍ବତୀ ଗିରୀଙ୍କ ୯୪ତମ ଜୟନ୍ତୀ ଉତ୍ସବ ୨୦୨୦ ଆଜି ସନ୍ଧ୍ୟାରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବନ୍ନିକନ୍ୟା ସ୍ଵାଧୀନତା ସଂଗ୍ରାମୀ ପାର୍ବତୀ ଗିରୀଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ ବରେଣ୍ୟ ଅତିଥି ଦ୍ଵାରା କରାଯାଇଥିଲା।ଏହା ପରେ ଉତ୍ସବ ପାଳନ କମିଟି ସଭାପତି ଶ୍ରୀ ହରିବନ୍ଧୁ ଜେନାଙ୍କ ସଭାପତିିତ୍ବରେ ଅନୁଷ୍ଠିତ ସଭାରେ ପାଇକମାଳ ବିନ୍ଧବାସିନୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ୟାମ ଲାଲ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଜେପୁର କଲେଜ୍ ର ଓଡ଼ିଆ ଅଧ୍ୟାପକ ଶ୍ରୀ ଚିନ୍ମୟ ସାହୁ ,ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ସଭାନେତ୍ରୀ ସ୍ୱର୍ଣଲତା ପାଣିଗ୍ରାହୀ,ଡ.ନାରାୟଣ ପ୍ରସାଦ ପ୍ରମୁଖ ଯୋଗଦେଇ ବନ୍ନିକନ୍ୟାଙ୍କ ଜିବନୀ ସୃତି ଚାରଣ କରିଥିଲେ। ଅନ୍ୟତମ ପ୍ରମୁଖ ବରେଣ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ବିଧାୟକ ରାଜୁ ଭାଇ ଢୋଲକିଆ ଯୋଗ ଦେଇ ଅନୁଷ୍ଠାନକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ନିର୍ମଳ ଗିରୀ ବାର୍ଷିକ ବିବରଣୀ ପଠନ କରି ଆଶ୍ରମ ଗଠନ୍ ଉପରେ ଓ ସୁବିଧା ଅସୁବିଧା ଉପରେ ଉପସ୍ଥିତ ବରେଣ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ଉତ୍ସବରେ ସାମ୍ବାଦିକ ସୁବ୍ରତ ବିର୍ତ୍ତିଆଙ୍କୁ “ପାର୍ବତୀ ଗିରୀ ସେବା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଅନ୍ତେବାସୀଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନର କିରଣ ସାହୁ, ଗୁରୁମଣି ହେମ୍ବ୍ରମ,ସରସ୍ଵତୀ ସାହୁ,ତେଜମନି ଭୁଏ, ରୁପେଶ୍ୱରି ସାହୁ ଓ କୃତି ଛାତ୍ର ଛାତ୍ରୀ ବର୍ଷା ନାଗ, ସେନେତ୍ ମେହେର ସମେତ ସୁକାନ୍ତି ପଟେଲ , ଶାତ୍ରୀୟ ସଙ୍ଗୀତରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆର୍ଯ୍ୟାଆଦ୍ୟାଶକ୍ତି ତ୍ରିପାଠୀ ,ପ୍ରିୟଙ୍କା ମହାନନ୍ଦ ,ବର୍ଷା ନାଗ,ଝରଣା ରାଉତ,ପ୍ରମୁଖଙ୍କୁ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ପୁରକୃତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ମମତା ପୁରୋହିତ ଓ ସଦସ୍ୟ ମାନଙ୍କ ଦ୍ଵାରା ଅନ୍ତେବାସୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ମତୃପ୍ରସାଦ୍ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ।

Advertisement