ବରଗଡ଼,୧୮/୧(ରାକେଶ କୁମାର ଦାସ ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆସିଥିବା ଆଦିବାସୀ ପଦ୍ମପୁର ଠାରେ ବସବାସ କରୁଛନ୍ତି । ଇତି ମଧ୍ୟରେ ଚାରିଜଣ ଶିଶୁ ଶ୍ରମିକଙ୍କୁ ବରଗଡ଼ ଚାଇଲଡ ଲଇନ ଉଦ୍ଧାର କରି ଶିଶୁ କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିଛି । ସଂପୃକ୍ତ ସ୍ୱଳ୍ପ ବୟସର ବାଳକ ମାନେ ଗରିବ ପରିବାରର ହୋଇଥିବା ଯାଗୁଁ ପାଠ ପଢା ବୟସରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଥିଲେ । ସେମାନଙ୍କୁ ଉଦ୍ଧାର କରିବାରେ ସ୍ଥାନୀୟ ଜଣେ ଫଳ ବେପାରୀ ଆଶିଷ କୁମାର ନାଥ ସହଯୋଗ କରିଥିଲେ ।
