ଆଞ୍ଚଳ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

220
ADVERTISEMENT

ବରଗଡ୧୪।୧(ଡି.ଏଚ/ରାକେଶ କୁମାର ଦାଶ) : ଆଜି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରିନସିପାଲ ଡ଼କ୍ଟର ଲଳିତେନ୍ଦୁ ନାୟକଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଯୋଗ ଦେଇ ବାର୍ଷିକ ଉତ୍ସବକୁ ନିଜ ବକ୍ତବ୍ୟ ଦେଇ ସଭାକୁ ଆରମ୍ଭ କରିଥିଲେ । ଏହି ଅବସରରେ କଲେଜରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ବାର୍ଷିକ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା କଲେଜର ଅତୀତ, ବର୍ତମାନ ଏବଂ ଭବିଷ୍ୟତକୁ ନେଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମନିଷ କୁମାର ରଥ , ଚାନ୍ଦିନୀ ସାହୁ ,ନିତୁ ସାହୁ ଏବଂ ସାଥି କଳାକାର ମାନେ ରୋମାଞ୍ଚକର ନୃତ୍ୟ ପରିବେଷଣ କରି ଥିଲେ।

Advertisement