ଭାରତ ବିପକ୍ଷ ସିରିଜ୍ ପରେ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ନେବେ ଅବସର

209
ADVERTISEMENT

ନୂଆଦିଲ୍ଲୀ, ୨୬/୬(ଡ଼ିଏଚବି): ଧୂଆଁଧାର ୱେଷ୍ଟଇଣ୍ଡିଜବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରରେ ଭାରତ ବିପକ୍ଷରେ ହେବାକୁଥିବା ଘରୋଇ ଦିନିକିଆ ଓ ଟେଷ୍ଟ ସିରିଜ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଗେଲ୍ ଚଳିତବର୍ଷ ଫେବୃଆରୀରେ କହିଥିଲେ ଯେ, ସେ ବିଶ୍ୱକପ୍ ପରେ ସନ୍ନ୍ୟାସ ନେବେ। କିନ୍ତୁ ଗୁରୁବାର ଭାରତ ବିପକ୍ଷ ହେବାକୁଥିବା ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଗେଲ୍ ନିଜ ମନ ପରିବର୍ତ୍ତନ କରିଛନ୍ତି।

ଗେଲ୍ କହିଛନ୍ତି, ଏବେ କିଛି ଶେଷ ହୋଇନାହିଁ। ଏବେ ମୋତେ ଆହୁରି କିଛି ମ୍ୟାଚ୍ ଖେଳିବାକୁ ବାକି ଅଛି। ହୁଏତ ଆଉଏକ ସିରିଜ୍ ଖେଳିପାରେ। କିଏ ଜାଣିଛି, ଆଗକୁ କ’ଣ ହେବ। ମୋ ଯୋଜନା ବିଶ୍ୱକପ୍ ପରେ ଥିଲା। ତେବେ ମୁଁ ଭାରତ ବିପକ୍ଷ ଗୋଟିଏ ଟେଷ୍ଟ ବି ଖେଳିପାରେ ଏବଂ ନିଶ୍ଚିତଭାବେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ମଧ୍ୟ ଖେଳିବି। ମୁଁ ଆଉ ଟି-୨୦ କ୍ରିକେଟ୍ ଖେଳିବି ନାହିଁ। ବିଶ୍ୱକପ୍ ପରେ ମୋର ଏହି ଯୋଜନା ହିଁ ରହିଛି ବୋଲି ଗେଲ୍ କହିଛନ୍ତି। ପୂର୍ବରୁ ଗେଲ୍ ୧୦୩ ଟେଷ୍ଟରେ ୪୨.୧୯ ହାରରେ ୭୨୧୫ ରନ୍, ଦିନିକିଆରେ ୨୯୪ ମ୍ୟାଚ୍ ଖେଳି ୧୦୩୪୫ ରନ୍ ଏବଂ ଟି-୨୦ରେ ୫୮ ମ୍ୟାଚ୍ ଖେଳି ୧୬୨୭ ରନ୍ କରିଛନ୍ତି।

ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ତିନୋଟି, ତିନି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଟି-୨୦ ସିରିଜ୍ ଖେଳି ଭାରତ ଗସ୍ତର ଶୁଭାରମ୍ଭ କରିବ।

Advertisement