ପଦ୍ମପୁର,୧୧।୧(ଡ଼ି.ଏଚ/ରାକେଶ କୁମାର ଦାଶ) : ବିଦ୍ୟୁତ ସଂସ୍ପ୍ପର୍ଶରେ ଅ।ସିଯିବାରୁ ପଦ୍ମପୁର ସହରର ଯୁବ ବ୍ଯବସାୟୀ ତଥା ଆଲିସାନ ମୋର୍ଟସ ସୋରୁମ, ଓମଫେଡ୍ ପାର୍ଲର ମାଲିକ ରାଜୁ ପାୱାରଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ୫୦ ବର୍ଷ ହେ।ଇଥିଲା। ମୃତ୍ୟୁ ପଛରେ ସେ ତାଙ୍କର ଅଜା କୁଞ୍ଜବିହାରୀ ପାୱାର, ବାପା ସଂଗ୍ରାମ କେଶରୀ ପାୱାର, ମାଆ କୌଶଳା ପାୱାର, ପତ୍ନୀ ରିନା ପାୱାର, ଝିଅ ଦୁଇ ଆଲିସା, ଅମିସା ପୁତ୍ର ଆଶୁତୋଷ ପାୱାରଙ୍କୁ ଛାଡି ଚାଲି ଯାଇଛନ୍ତି। ସେ ଜଣେ ମେଳାପି ବ୍ଯକ୍ତି ଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ରାଜୁ ପାୱାରଙ୍କ ଶବାଧାରରେ ପଦ୍ମପୁର ସହରର ମାନ୍ଯଗଣ୍ଯ ବ୍ଯକ୍ତି ତଥା ହଜାର ହଜାର ଲେ।କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ପୁତ୍ର ଆଶୁତୋଷ ପାୱାର ମୁଖାଗ୍ନି ଦେଇଥିଲେ।