ପାଇକମାଲ,୧୦।୧(ଡି.ଏଚ/କୁଞ୍ଜ ବିହାରି ସାହୁ) : ବର୍ଷକ ବାର ମାସରେ ତେରପର୍ବ ଗଣନା ରହିଛି। କିନ୍ତୁ ଏ ଭିତରେ ବି ଅନେକ ପର୍ବ ପର୍ବାଣୀ ଗ୍ରାମାଞ୍ଚଳ ର ଐତିହ, ସଂସ୍କୃତି ପରମ୍ପରାକୁ ନେଇ ଗ୍ରାମର ଆଦିବାସୀ ମାନଙ୍କ ପୂଜା ପାର୍ବଣ ବହୁଆଡମ୍ବରରେ ପାଳିତ ହେଉଥିଲେ ହେଁ ସରକାରୀ ମାନ୍ୟତା ପାଇପାରେ ନ ଥାଏ। ସେହି ମଧ୍ୟରେ ଗାଁ ଗାଁ ରେ ମାଟି ଦେବତା ର ପୂଜା ଯଥା:- ମାଟି ଗୁଡି,ଛୁଟିବୁଢି,ବସ୍ତର ରେନ,ଠାକୁର ବୁଢ଼ା ଓ ଗାଁ ଅନୁସାରେ ଦେବାଦେବୀଙ୍କ ନାମକରଣ ମଧ୍ୟ ରହିଥାଏ।ସେ ସବୁ ମଧ୍ୟରେ ରହିଛି ଆଜି ର ଏ ଗ୍ରାମାଞ୍ଚଳର ସାମାଜିକ ସଂସ୍କୃତିକ ପରମ୍ପରା , ଐତିହ,ସଂସ୍କୃତି ର ବାର୍ତ୍ତା ବହନ କରୁଥିବା ପ୍ରେମବନ୍ଧନ ର ଆଉ ଏକ ଭାଇଚାରାର ପର୍ବ ପୌଷ୍ୟପୂର୍ଣ୍ଣମି “ଛେର….ଛେରା ” ପର୍ବ ! ଏହି ଦିନ ଗ୍ରାମାଞ୍ଚଳର କୁନି କୁନି ପିଲା ଛୁଆ ସମେତ ଅବାଳ ବୃଦ୍ଧ ବୃଦ୍ଧା ଘର ଘର ବୁଲି ଛେର ଛେରା ମାଗିଥନ୍ତି। ଯାହାକି ଏହା ଏକ ଚାଷୀ ଭିତ୍ତିକ ପର୍ବ ରୂପେ ପରିଗଣିତ ରହିଛି। ଚାଷୀ ବର୍ଷକ ଭିତରେ ଅମଳ କରିଥିବା ଉପାର୍ଜିତ ଧାନ ଫସଲରୁ ଧାନକୁ ଏହି ଦିନ ଛେର ଛେରା ରୂପେ ପ୍ରଦାନ କରିଥିବା ଦେଖାଯାଇଥାଏ ।କିଏ ବାଜା ବଜେଇ ରଙ୍ଗ ବେରଙ୍ଗରେ ସଜାଇ ହୋଇ ମାଗୁଥିବା ବେଳେ କିଏ ,କୁନି କୁନି ଛୁଆ ମାନଙ୍କ ବେଗ୍, ଝୁଣା ମୁଣ। ଧରି ମାଗୁଥିବା ଦୃଶ୍ୟ ବେଶ୍ ମନୋରମ ସାଜି ଥାଏ ।ଏପରି କି ଏହି ଛୁଆ ମାନଙ୍କ ଘର ଘର ବୁଲି ” ଦେ…..ରେ….ବୁଢ଼ୀ … ଛେ଼ର…..ଛେରା… ଇ..ଘର..ବୁଢ଼ୀ..ଛେରେ଼ଇ ହେଲା ଆଦି ଡୁହା ବୋଲେଇ ମାଗୁ ଥିବା ଦୃଶ୍ୟ ବେଶ୍ ମନୋରମ ହୋଇଉଠି ଥାଏ। ଏ ଉପଲକ୍ଷେ ଗ୍ରାମାଞ୍ଚଳରେ ମଦ ମାଛ ମାଂସ ର ଆସର ସହ ଘରେ ଘରେ ମଡା ପିଠା,ଆରିସା କାକରା ସହ ଆଇସ ମଜା ଦେଖିବାକୁ ମିଳିଥାଏ। ଯାହାକି ସଂସ୍କୃତିକ ବନ୍ଧନ ର ଆଉ ଏକ ଭାଇଚାରା ର ଅପୂର୍ବ ମିଳନ ର ପର୍ବ ପାଲଟିଛି ।