ବରଗଡ ପଦ୍ମପୁର,୯/୧(ଡି.ଏଚ/ରାକେଶ କୁମାର ଦାଶ) : ନୂତନ ନିର୍ମାଣଧୀନ ପୋଲ ଭାଙ୍ଗିଲା, ଏହି ପୋଲଟି ହେଉଛି ବିଜୁ ଏକ୍ସପ୍ରେସ ୱେରେ ନିର୍ମାଣାଧୀନ ପୋଲ । ପାଇକମାଲରୁ ନୂଆପଡ଼ା ରାସ୍ତାରେ ଜାମସେଠ ନିକଟରେ ନିର୍ମାଣ ହେଉଥିବା ନିମ୍ନମାନର ପୋଲ ଭାଙ୍ଗି ପଡ଼ିଗଲା । ଏଥିରୁ ଅନୁମାନ କରାଯାଇ ପାରିବ କେତେ ନିକୃଷ୍ଠ ମାନର କାର୍ଯ୍ୟ କରାଯାଉଛି ଯାହାକି ନିର୍ମାଣ ଅବସ୍ଥାରେ ହିଁ ଭାଙ୍ଗି ପଡୁଛି । ଯଦି ଏବଠାରୁ ଯଦି ଏମିତି କାମ ହେଉଛି ପରେ କଣ ଯେ ହେବ ତାହା କଣ ଯେ ହେବ ? ନିମ୍ନ ମାନର କାମ ହେଉଥିବାରୁ ଏଭଲି ଅଘଟଣ ଘଟୁଛି । ଭାଗ୍ଯ ବଶତଃ ରାସ୍ତା କଡରେ କେହି ଯାତାୟତ କରୁ ନ ଥିବାରୁ ଏହିଭଳି ବଡ ବିପଦରୁ ଲୋକେ ବର୍ତ୍ତି ଯାଇଛନ୍ତି । ସଂପୃକ୍ତ ଠିକାଦାରଙ୍କ କାର୍ଯ୍ଯକୁ ଉଚିତ୍ ତଦାରଖ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି ।

