କରମା ଉତ୍ସବ ଉଦଘାଟିତ

570
ADVERTISEMENT

ପାଇକମାଲ,୭।୧(ଡି.ଏଚ/କୁଞ୍ଜ ବିହାରି ସାହୁ ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ସମ୍ବଲପୁରୀ ଫୋକ ଏକାଡେମି ତରଫରୁ ଲିମକା ବୁକରେ ସ୍ଥାନ ପାଇବା ସକାଶେ ପ୍ରାୟ ୩୦୦୦ କରମ ସାନୀ ମାନ୍ଦଲ ବାଦକ ଓ ଗାହାକମାନଙ୍କୁୁ ଏକ ସଙ୍ଗରେ ଦର୍ଶକଙ୍କୁ ଦେଖିବା ସୁଯୋଗ ଦେବା ସକାଶେ ଅନୁଷ୍ଠାନର ସମ୍ପାଦକ ରବିରତନ ସାହୁ ଶରଧାପାଲିର ମହାଜନ ଡୁଙ୍ଗରି ଉପରେ ଏହି ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ପ୍ରକାଶ ଥାଉକି ଏହି ଅନୁଷ୍ଟାନ ତରଫରୁ ଗତ ବର୍ଷ ତିନି ଦିନ ଧରି ବୁରୋମୁଣ୍ଡାରେ କରମଶାନୀ କଳାକାର ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ଏହି କରମା ଉତ୍ସବରେ ଆଖ ପାଖ ତଥା ଦୁର ଦୁରାନ୍ତରୁ ହଜାର ହଜାର ବାଦକ(ବାହାକ) ଓ ଗାହାକ ଯୋଗ ଦେଇ ପଯ୍ୟାୟ କ୍ରମେ ତାଙ୍କ କଳା ପ୍ରଦର୍ଶନ କରିଥିଲେ । ଚଲିତ ବର୍ଷ ଏକା ଥରରେ ସମସ୍ତ କଳାକର ନିଜ ନିଜ ନୃତ୍ୟ ପରି ବେସଣ କରିବେ ଏଣୁ ଏହାଦେଖିବା ସକାଶେ ପାହାଡ(ଡୁଙ୍ଗରି) ଉପରେ କରା ଯାଇଥିଲା । ଆଜି ପ୍ରାୟ ୩୦୦୦ ହଜାର ମହିଳା ଓ ପୁରୁଷ କଳାକାର ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ସୁବାଷ ଚୌହାନ , ବିଜେପୁର ବିଧାୟିକା ରିତା ସାହୁ , ଛତିଶଗଡ ଲୋକକଳା କଳାକାର ପଦ୍ମଶ୍ରୀ ଅନୁପ ରଂଜନ ପାଣ୍ଡେ , ପଦମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁୱାନ, ଗାଇସିଲାଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଉପଭୋଗ କରିଥିଲେ । ମୁଖ୍ୟ ଅତଥି ଚୌହାନ କଳାକାର ଓ କଳା ବଞ୍ଝନ୍ତୁ ବୋଲି କହିଥିଲେ ।

Advertisement