ନବରଙ୍ଗପୁର ,୪ା୧(ଡି.ଏଚ/ସୁନୀଲ ଦାସ ): ନବରଙ୍ଗପୁର ଗୁମଣ୍ଡଳୀ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର 20 ଦିନ ପରେ ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା l ଏ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ l ଜଣେ ଅଭିଯୁକ୍ତ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ପାଖନାଗୁଡା ଗ୍ରାମର ଖାଡ଼ି ଭତରା ହୋଇଥବା ବେଳେ ଅନ୍ୟ ଜଣ ଗୁମଣ୍ଡଳୀ ଗ୍ରାମର ବଳି ମାଝୀ ବୋଲି ସୂଚନା ମିଳିଛି l ଖାଡ଼ି ଭତରା ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ବଳି ମାଝୀ ଖାଡ଼ିକୁ ଏ ହତ୍ୟାରେ ସହଯୋଗ କରିଥିଲା l ନବରଙ୍ଗପୁର ପୋଲିସ ସୂଚନା ମୁତାବକ ଏହା ଏକ ଏକତରଫା ପ୍ରେମ ସମ୍ପର୍କର ପାର୍ଶ୍ୱପ୍ରତିକ୍ରିୟା l ଖାଡ଼ି ଭାତରା ନାବାଳିକାର ପ୍ରେମରେ ପଡି ସେ ତାକୁ ବିଭାହ କରିବାର ପ୍ରସ୍ତାବ ରଖିଥିଲା l କିନ୍ତୁ ନାବାଳିକା ଟି ତାକୁ ସଫା ସଫା ମନା କରିଦେଇଥିଲା l ଏହାର ପ୍ରତିଶୋଧ ନେବାକୁ ଯାଇ ବଳି ମାଝୀଙ୍କ ସହଯୋଗରେ ନିଶା ଶକ୍ତ ଅବସ୍ଥାରେ ଏହି ହତ୍ୟା କାଣ୍ଡ ଘଟାଇଛନ୍ତି l ପୋଷ୍ଟମର୍ଟମ ରିପୋର୍ଟ ଅନୁଯାଇ ନାବାଳିକା ସହ ଦୁଷ୍କର୍ମ ହୋଇନଥିବା କଥା ନବରଙ୍ଗପୁର SP କହିଛନ୍ତି l