ସି.ଏ.ଏ ନାଗରିକତା ସଂଶୋଧନ ଆଇନ ଭାରତ ସରକାରଙ୍କ ସମର୍ଥନରେ ଓଲ୍ଲହାଇ ଛନ୍ତି ନବରଙ୍ଗପୁରବାସି

278
ADVERTISEMENT

ନବରଙ୍ଗପୁର,୩/୧(ଡି.ଏଚ/ସୁନୀଲ ଦାସ ) : ସି.ଏ.ଏ ନାଗରିକତା ସଂଶୋଧନ ଆଇନ ଭାରତ ସରକାରଙ୍କ ସମର୍ଥନରେ ଓଲ୍ଲହାଇ ଛନ୍ତି ନବରଙ୍ଗପୁର ଜିଲ୍ଲାସ୍ଥ ହିନ୍ଦୁ ଏକତା ବାହିନୀ l ଏକ ଶେଭାଯାତ୍ରା ମାଧ୍ୟମରେ ସେମାନଙ୍କ ସମର୍ଥନର ପରିପ୍ରକାଶ କରିଛନ୍ତି l ଏହି ଯାତ୍ରା ନବରଙ୍ଗପୁରସ୍ଥ ଶ୍ରୀରାମ ମନ୍ଦିର ଠାରୁ ପ୍ରାରମ୍ଭା ହୋଇ ନେତାଜୀ ସୁବାସ ଚନ୍ଦ୍ର ବୋଷ ଛକ ଠାରେ ସମାପନ ହୋଇଥିଲା l ଏହି ଶୋଭାଯାତ୍ରା ରେ ସହରର ଅନେକ ବୁଦ୍ଧିଜୀବୀ, ମହିଳା ଓ ଯୁବକ ମାନେ ଶତାଧିକ ମାତ୍ରା ରେ ଅଂଶଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ହିନ୍ଦୁ ଏକତା ବାହିନୀ ସହ ବିଭିନ୍ନ ସଂସ୍ଥା ତଥା ଜିଲ୍ଲା ବାଣିଜ୍ୟ ସଙ୍ଘ, ବ୍ରାହ୍ମହଣ ସମାଜ, ମାରୱାଡି ଯୁବ ମଞ୍ଚ, ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ଆମ୍ବେଦକର ଯୁବକ ସଙ୍ଘ ଯୋଗଦାନ କରିଥିଲେ l ଏବଂ ମୋଦି ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରିବା ସହିତ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ଏବଂ ରାଷ୍ଟ୍ର ବିରଧୀ ସଂଗଠନ ଓ ରାଜନୈତିକ ଦଳର ଦେଶ ଦ୍ରୋହି କାର୍ଯ୍ୟର ଏହି ନିୟମ ପର୍ଦାଫାଶ କରିବ ବୋଲି କହିଛନ୍ତି l

Advertisement