ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

536
ADVERTISEMENT

କେନ୍ଦ୍ରାପଡା, ୨୫/୬(ଡ଼ି ଏଚ ବି ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାରିମୂଳ ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି | ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଓସ୍ତପୁର ଗ୍ରାମର ପାର୍ବତୀ ହେମ୍ରମ(୪୫) | ସୂଚନାଯୋଗ୍ୟ ଯେ, ଗତକାଲି ମୂଲ ଲାଗିବାକୁ ଯାଇ ଘରକୁ ଫେରିନଥିଲେ ପାର୍ବତୀ | ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଆଜି ବାରିମୂଳ ପଞ୍ଚାୟତ ଅଫିସ ନିକଟରୁ ପାର୍ବତୀଙ୍କ ମୃତଦେହ ମିଳିଥିଲା | ତେବେ ପାର୍ବତୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ |

Advertisement