ଛିନ୍ଦେଇକେଲା କପ କ୍ରିକେଟ ଉଦଯାପିତ: ରାଇଜିଂ ଷ୍ଟୁଡେଣ୍ଟ କଟକ ଚମ୍ପିଆନ୍

530
ADVERTISEMENT

ପାଇକମାଳ,୩୧/୧୨(କୁଞ୍ଜ ବିହାରି ସାହୁ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୋମବାର ଅଷ୍ଟମ ଦିବସ ଥିଲା। ମୁଖ୍ଯ ଅତିଥି ଭାବରେ ଧନିରାମ ପିଞୀରା ଯୋଗ ଦେଇ ଥିଲେ। ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ରାଇଜିଂ ଷ୍ଟୁଡେଣ୍ଟ କଟକ ଦଳ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାକୁ ୮୬ ରନରେ ପରାସ୍ତ କରି ଚାମ୍ପିୟନସିପ୍ ହାସଲ କରିଛନ୍ତି । ୩୦ ଓଭରରେ ଟସ ଜିତି ପ୍ରଥମେ କଟକ ଦଳ ବ୍ଯାଟିଂ ଆରମ୍ଭ କରି ୩୦ ଓଭରରେ ସମସ୍ତ ୱିକେଟ ହରାଇ ୧୬୨ ରନ କରିଥିଲେ। ଦଳ ପକ୍ଷରୁ ଶ୍ଯାମ ସାଗର ବଳ ୬୨ ରନ, ହରଶିତ ରାଠୋର ୪୯ ରନ, ସୌଭାଗ୍ଯ ମିଶ୍ର ୧୨ ରନ କରିଥିଲେ। ପରେ ଇଷ୍ଟ କୋଷ୍ଟ ରେଲୱେ ବ୍ଯାଟିଂ କରି ସମସ୍ତ ୱିକେଟ ହରାଇ ମାତ୍ର ୭୬ ରନ କରିଥିଲେ। ଦଳ ପକ୍ଷରୁ ସନ୍ଦିପ ମୁଲିଆ ୨୬ ରନ, କାମେଶ୍ଵର ବାରିକ ୧୬ ରନ କରିଥିଲେ। ଉଦଯାପନୀ ଉତ୍ସବରେ ପତିତପାଵନ ସାହୁଙ୍କ ସଭାପତିତ୍ବରେ କରିଥିବା ବେଳେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ସଭାପତି ପ୍ରଶାନ୍ତ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ସମାରୋହରେ ମୁଖ୍ଯ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରଗଡ ଜିଲ୍ଲା ବିଜେପି ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ, ଡା.ଲଳିତ କୁମାର ସାହୁ, ଅଶୋକ ଜିନ୍ଦଲ, ସୁମିତ ଅଗ୍ରୱାଲ ଯୋଗ ଦେଇଥିଲେ। ଚମ୍ପିଆନ କଟକ ଦଳକୁ ଟ୍ରଫି ସହିତ ନଗତ ୬୧ ହଜାର ଟଙ୍କା ଓ ରନର୍ସ ଅଫ ଖୋର୍ଦ୍ଧା ଦଳକୁ ଟ୍ରଫି ସହିତ ୪୧ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା। କ୍ଷମା ସାଗର ବଳଙ୍କୁ ମ୍ଯାନ ଅଫଦି ମ୍ଯାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ମହେଶ ମୁନସୀ, ସଚ୍ଚିନାନନ୍ଦ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ପ୍ରମୋଦ ଦାଶ, ଆକାଶ ସାହୁ ସ୍ଲୋରର ଦାୟିତ୍ବ ତୁଲାଇଥିଲେ। ରମେଶ ଚନ୍ଦ୍ର ସାହୁ, ପତିତ ପାବନ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ।

Advertisement