ପୁରୀ,୩୦।୧୨(ଡି.ଏଚ ): ପୁଣ୍ୟଧାମ ପୁରୀ ନିକଟସ୍ଥ ଚନ୍ଦ୍ରଶେଖର ପୁର ପାଠାଗାରଠାରେ ଅନୁଷ୍ଠିତ ଟିକିତାରାର ବାର୍ଷିକ ଉତ୍ସବରେ କେନ୍ଦୁଝର ହାଟଡିହୀ ବ୍ଲକ୍ ଜମ୍ଭରା ଗ୍ରାମର ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଟିକିତାରା ୨୦୧୯ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ କ୍ରୀଷ୍ଣା ମହାପାତ୍ରଙ୍କ ସଭାପତିତ୍ୱର ଏହି ସଭାରେ ସଚ୍ଚିଦାନନ୍ଦ ମହାପାତ୍ର ଉଦଘାଟକ ରୂପେ ଯୋଗଦେଇଥିବା ବେଳେ ଡ଼ଃ କୈଳାସ ଚନ୍ଦ୍ର ଟିକ୍କାୟତରାୟ ମୁଖ୍ୟ ଅତିଥି ଓ ଆଇନଜୀବୀ ସଦାଶିବ ମିଶ୍ର,ହେମନ୍ତ କୁମାର ଛୋଟରାୟ,ପୌର୍ଣ୍ଣମାସୀ ଦେବୀ,ବିଜୟ କୁମାର ପଣ୍ଡା,ଶରତ ଚନ୍ଦ୍ର ସାହୁ ଓ ଚନ୍ଦ୍ରଶେଖରର ମହାରଣା ଆଦି ଯୋଗଦେଇଥିଲେ। ବାର୍ଷିକ ମୂଖପତ୍ର ଟିକିତାରା ଓ ଶ୍ରୀଲେଖାର ପଞ୍ଚକଲମ ସଂକଳନ ଗୁଡିକ ଲୋକାର୍ପଣ କରାଯାଇଥିଲା। ଏହି ସଭାରେ କେନ୍ଦୁଝର ଜମ୍ଭରାର ନାରାୟଣ ଚନ୍ଦ୍ର ସେନାପତିଙ୍କୁ ସାହିତ୍ୟରେ ପାରଦର୍ଶିତା, ଆଦର୍ଶ ଶିକ୍ଷକତା ଓ ସମାଜଗଠନରେ ଭୂମିକା ପାଇଁ ଟିକିତାରା -୨୦୧୯ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ସହ ହାସ୍ୟମୟୀ ରାଜ,କଣ୍ଡୁରୀ ଚରଣ ରାଉତ,ଦିପ୍ତୀ ପ୍ରିୟଦର୍ଶିନୀ ସୂତାର,ଅରୁଣ କୁମାର ସାହୁ,ବୈଜୟନ୍ତୀ ସାହୁ,ସଂଧ୍ୟାରାଣୀ ଦାଶ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୁସାହିତ୍ୟ ରଚନା,ସୁଶିକ୍ଷକତା ଓ ସମାଜ ଗଠନରେ ବ୍ରତୀ ଥିବା ୨୫ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥୀଙ୍କ ଦ୍ୱାରା ବର୍ଣ୍ଣବୋଧର ଗୁରୁତ୍ୱ,ସାହିତ୍ୟର ମର୍ଯ୍ୟାଦା,ବ୍ୟକ୍ତି-ସମାଜର ଉନ୍ନତିରେ ଭାଷା ସାହିତ୍ୟିର ଭୂମିକା ଉପରେ ଆଲୋକପାତ କରାଯାଇଥିଲା।ଉତ୍ସବ ପ୍ରାରମ୍ଭରେ ଅନୁଷ୍ଠିତ କବିତା ଆସରରେ ନାରାୟଣ ଚନ୍ଦ୍ର ସେନାପତି,ବିଜୟଲକ୍ଷ୍ମୀ ଦାଶ ,ହରପ୍ରିୟା ମୁଦୁଲି,ସର୍ବାଣୀ ମିଶ୍ରଙ୍କ ସଂଯୋଜନାରେ ୬୦ରୁ ଉର୍ଦ୍ଧ୍ଵ ଶିଶୁ-କିଶୋର କବିତା ପାଠ କରାଯାଇ ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ଦ୍ୱାରା ସମୀକ୍ଷା କରାଯାଇଥିଲା।ତତ୍ପରେ ପରମପୂଜ୍ୟ ମଧୁସୂଦନ ରାଓଙ୍କ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ କରାଯାଇଥିଲା।ଐଶ୍ୱର୍ଯ୍ୟା ଦାଶ, ସଂଘମିତ୍ରା ବାରକ,ପ୍ରିୟଙ୍କା ପାତ୍ର,ସୁନୀଲ ବେହେରା ଓ ଶୁଭମ୍ ଦାସଙ୍କ ପରି କୋମଳମତି ବାଳକ ବାଳିକାଙ୍କ ଦ୍ୱାରା ଅଭିନବ ଆବାହାନୀ ସଂଗୀତଗାନ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ସର୍ବଶେଷରେ ସମ୍ପାଦକ ବିପିନବିହାରୀ ଦଳେଇ ସାହିତ୍ୟ ସଂସ୍କୃତିର ସଂହତିପୂର୍ଣ୍ଣ ଆଶୀର୍ବଚନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।