ବ୍ରହ୍ମପୁର, ୨୪/୬(ଇ.ରଞ୍ଜନ): ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦିଗନ୍ତ ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁରରେ ଉପଖଣ୍ଡ ସ୍ତରୀୟ ପ୍ରଶାସନ ଏବଂ ବୈଧ ମାପ ବିଜ୍ଞାନ ବିଭାଗ ତରଫରୁ ମିଳିତ ଚଢ଼ାଉ କରାଯାଇଥିଲା | ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ପ୍ରସ୍ତୁତକର୍ତ୍ତା, ଖୁଚୁରା ଦୋକାନ, ମିଠା ଦୋକାନ ଏବଂ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରାଯାଇ ମାପ ଓ ଓଜନ ନିୟମ ଖିଲାପ କରିଥିବା ଦୁଇ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୪୦୦୦୦ଟଙ୍କା ଜୋରିମାନା ଆଦାୟ କରାଯାଇଅଛି |

ଚଢ଼ାଉରେ ବ୍ରହ୍ମପୁର ତହସିଲଦାର ଦୟାମୟ ପାଢ଼ୀ, ବୈଧ ମାପ ବିଜ୍ଞାନ ବିଭାଗର ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ, ନିରୀକ୍ଷକ ସତ୍ୟଜିତ ବିଶ୍ୱାଳ ଏବଂ ଶିଶିର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ |
