ସାମ୍ବାଦିକଙ୍କୁ ଦୁର୍ବ୍ୟବହାର : ଉପଜିଲ୍ଲାପାଳଙ୍କୁ ପାସ ଫେରାଇଲେ ସାମ୍ବାଦିକ.

1277
ADVERTISEMENT

ବ୍ରହ୍ମପୁର,୨୬।୧୨(ଡି.ଏଚ/ଇ.ରଞ୍ଜନ ) : ବିଜେଡି ନେତା ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ବର୍ତ୍ତମାନ ଗୋପାଳପୁର ବିଧାୟକ ମାନ୍ୟବର ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଦୃବ୍ୟବହାର ନୀରବତା ସାଜିଲା ପ୍ରଶାସନ, ସାଧାରଣ ଲୋକଙ୍କ ଠାରେ ଖବର ଯୋଗାଇ ଦେବା ଲକ୍ଷ ନେଇ ଦିନ ରାତ୍ରି ଏକ କରିଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ବେଳାଭୂମି ମହୋତ୍ସବକୁ ସାମ୍ବାଦିକଙ୍କ ଆବଶ୍ୟକତା ନାହିଁ l ଏବଂ ଆପଣମାନେ ଚାଲିଗଲେ ବେଳାଭୂମି ମହୋତ୍ସବ ଅଧାରେ ବନ୍ଦ ହୋଇଯିବନି ଆପଣ ଯାଇପାରନ୍ତି ବୋଲି ସର୍ବସମୁଖରେ କହିବା ଏବଂ କିଛି ଦୂରରେ ଗଞ୍ଜାମ ଜିଲ୍ଲାପାଳ ବସି ରହିଥିଲେ ମଧ୍ୟ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ନ କରିବା କେତେଦୂର ଯୁକ୍ତିଯୁକ୍ତ l ଏଠି ସାମ୍ବାଦିକଙ୍କ ଏକତାର ପ୍ରଶ୍ନ ଉଠୁଛି ଏବଂ ଗୋପାଳପୁର ବେଳାଭୂମି ମୋହତ୍ସବ ପାଇଁ ପ୍ରଶାସନ ପକ୍ଷରୁ ମିଳିଥିବା ପ୍ରେସ କାର୍ଡ ପାସକୁ ଆଜି ସମସ୍ତ ସାମ୍ବାଦିକ ମାନଙ୍କ ପକ୍ଷରୁ ବ୍ରହ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ସିନ୍ଧେ ଦତ୍ତlତ୍ରୟ ଭାଓ ସାହେବଙ୍କୁ ମିଳିତ ଭାବେ ସାକ୍ଷାତ କରି ମିଳିଥିବା ପାସକୁ ଫେରାଯାଇଥିବା ସଙ୍ଗେ ଲିଖିତ ମାଧମରେ ଅଭିଯୋଗ ଦିଆଯାଇଥିଲା l ସେଠାରେ ଗଣ ମାଧ୍ୟମର ଏକ ଏକ ବାଛି ହଇଥିଲା ଯେ ଜିଲ୍ଲାପ୍ରଶାସନ ସ୍ତରୀୟ ଚାଲିଥିବା ଗୋପାଳପୁର ଅନ୍ତର୍ଜାତୀୟ ବେଳା ଭୂମି ମୋହତ୍ସବ ବିଜେଡି ଦଳର ନେତାଙ୍କ ସତେ ଯେମିତି ପାରିବା ପଣିଆ ଦେଖାଇ ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁବ୍ୟବହାର କରିବା ସହ ସେଠାରୁ ତଡିବାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ହୋଇଛି, ଏତେ ଯେ ଉର୍ଦ୍ଧତ ଏ ନେତା l ପ୍ରଶାସନ ମଧ୍ୟ ଏକ ରାଜନୈତିକ ଦଳର ଗୋଲାମ ପାଲଟି ଗଲାଣି କି ? ଏବଂ ହାସ୍ୟାସ୍ପଦରେ ଦଳିୟ ମହୋତ୍ସବର ଆଖ୍ୟା ମଧ୍ୟ ପାଇଲାଣି ଗୋପାଳପୁର ମହୋତ୍ସବ ।ପ୍ରଶାସନର ସହଯୋଗ ମଧ୍ୟ୍ୟ ସାମ୍ବାଦିକଙ୍କୁ ମିଳୁନି । ଯଦି ଗଣମାଧ୍ୟମକୁ ଏହିପରି
ବ୍ୟବହାର କରିବା ପାଇଁ ବିଧାୟକ ବ୍ୟଗ୍ର, ମହୋତ୍ସବ କୁ ସୁରୁଖୁରୁ ରେ ଆରମ୍ଭ ଓ ସାରିବା ପାଇଁ କାହିଁକି ଗଣମାଧ୍ୟମ କୁ ସହଯୋଗ ପାଇଁ ନିଵେଦନ କରୁଥିଲେ ନିଜେ ବିଧାୟକ, ଜିଲ୍ଲାପାଳ, ଏସପି ।

Advertisement