ରୋଡ଼ରୋଲର ଧକ୍କାରେ ଦମ୍ପତି ଗୁରୁତର

240
ADVERTISEMENT

ହିଞ୍ଜିଳିକାଟୁ, ୨୪/୬(ଶେଷଦେବ ସାହୁ): ହିଞ୍ଜିଳି ଥାନା ବାଦିଆମ୍ବଗାଁ ଛକ ନିକଟରେ ସୋମବାର ପୂର୍ବାହ୍ନରେ ଏକ ରୋଡ଼ରୋଲର ଧକ୍କାରେ ଜୈନିକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦମ୍ପତି ହେଲେ ବାଦିଆମ୍ବଗାଁର କୃଷ୍ଣ ମାଝି ଓ ସ୍ତ୍ରୀ ସବିତା ମାଝି । ସ୍ଥାନୀୟ ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ପ୍ରକାଶ ଥାଉକି, ଦମ୍ପତି ଦ୍ୱୟ ସ୍ୱାସ୍ଥ୍ୟ ପରୀକ୍ଷା ସକାଶେ ଏକ ଟିଭିଏସ ଏକ୍ସଏଲ ଯୋଗେ ଗ୍ରାମରୁ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିଲେ । ତେବେ ଗ୍ରାମଛକ ନିକଟରେ ରାସ୍ତା ତିଆରିରେ ନିୟୋଜିତ ଏକ ରୋଡ଼ରୋଲର ପଛପଟକୁ ଆସୁଥିବାବେଳେ ପଛପଟେ ରହିଥିବା ଟିଭିଏସ ଏକ୍ସଏଲକୁ ଧକ୍କା ଦେବାରୁ ଦମ୍ପତି ଗୁରୁତର ଆହତ ହୋଇଥିଲେ ।

Advertisement