ପାଇକମାଲ,୨୪/୧୨,(ଡି.ଏଚ/କୁଞ୍ଜ ବିହାରି ସାହୁ) : ଆଞ୍ଚଳିକ କୃଷକ ମହାସଂଘ, ମାଣ୍ଡୋସିଲ ତରଫରୁ ଆଜିକୁ ଛଅଦିନ ହେବ ଚାଷୀ ମାନେ ଧାନ ବିକ୍ରି କରିବାକୁ ଟୋକନ ପାଇପାରୁ ବଞ୍ଚିତ ହେଉଥିବା ଏ ଅଞ୍ଚଳର ପ୍ରାୟ ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତ ଚାଷୀ ମାନଙ୍କୁ ନେଇ ଧାନ ବିକ୍ରି ସମସ୍ୟା ଟୋକନ ନ ମିଳିବାରୁ ଧାନ ବସ୍ତା ରଖି ଜାମସେଠ ଠାରେ ଥିବା ଆରଆଇ ଅଫିସ ଓ ସେବା ସମବାୟ ସମିତି ସମ୍ମୁଖରେ ଧାନ ବସ୍ତା ରଖି ଗଣ ଧାରଣା ବସିଛନ୍ତି ଚାଷୀ। ପ୍ରତ୍ଯହ ଦିନ ୧୦ ଘ ରୁ ୪ ପର୍ଯ୍ୟନ୍ତ ଚାଷୀ ମାନେ ଆସି ବସୁଛନ୍ତି । ଗଣଧାରଣା ଆଜକୁ ଛଅ ଦିନ ହେବ ଶାସନ ପ୍ରଶାସନ ତରଫରୁ କୌଣସି ଅଧିକାରୀ ଗଣଧାରଣା ସ୍ଥାନ କୁ ଆସି ନାହାଁନ୍ତି କିମ୍ବା ଚାଷୀଙ୍କୁ ଟୋକନ୍ ଦାବି ସମନ୍ଧୀୟ କୌଣସି ପ୍ରତିଶ୍ରୁତି ହେଇ ନାହାଁନ୍ତି। ଗିରିଶ ଡନସନା, ଘନଶ୍ୟାମ ପାଢ଼ୀ, ଚନ୍ଦ୍ରମଣି ସାହୁ, ରେଡିଆଦି ନାରାୟଣ, ରାଧା ମୋହନ ପୁରୋହିତ, ପାର୍ଥବ ସାହୁ, ବଲ୍ଲି ପାରାଓ, ଶରତ ସାହୁ, ଯଦୁ ସାହୁ, ଦୟାନିଧି ସାହୁ, ହରିହର ସାହୁ, ରାଜେନ୍ଦ୍ର ଡନସନା, ମୋହନ ଲାଲ ନାଏକ, ନାରାୟଣ ସାହୁ, ନବଘନ ଭୁଏ, ତରଣୀ ଷଢଙ୍ଗୀ ଆଦି ଚାଷୀ ମାନେ ଗଣଧାରଣା ବସିଛନ୍ତି । ଏ ବିଷୟରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଦାବୀ ହେଉଛି।