ପାଇକମାଲ,୨୪/୧୨,(ଡି.ଏଚ/କୁଞ୍ଜ ବିହାରି ସାହୁ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ଚଳିତ ବର୍ଷ ୨୫ ତମ କ୍ରିକେଟ କପ- ସିଲଭର ଜୁଭଲି ଉଦଘାଟିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ କୌସୁଭ ସାହୁ, ସମ୍ମାନିତ ଅତିଥି ଭାବେ ମହମ୍ମଦ ହୁସେନ ଯୋଗ ଦେଇଥିଲେ। ଉଦଘାଟନି ମ୍ଯାଚରେ ରାଞ୍ଚି ରେଲୱେ ରାଇଜିଂ ଷ୍ଟାର ଛିନ୍ଦେଇକେଲା ଦଳକୁ ୫ ୱିକେଟରେ ପରାସ୍ତ କରି ବିଜୟୀ ହୋଇ ଥିଲା। ପ୍ରଥମେ ଟସଜିତି ରାଇଜିଂ ଷ୍ଟାର ନିର୍ଦ୍ଧାରିତ ଦଳ ପକ୍ଷରୁ ସଦର୍ଶନ ୩୪ ରନ, ଡିଲୁ ୩୦ ରନ ଓ ଜିତେନ୍ଦ୍ର ୨୫ ରନ କରିଥିଲେ। ସେହିପରି ରାଞ୍ଚି ପକ୍ଷରୁ ଭାନୁ ପ୍ରତିପ ସିଂ ୪ ଗୋଟି ୱିକେଟ ଏବଂ ରାମ ଯାଦବ ୨ଟି ୱିକେଟ ଦେଇଥିଲେ। ରାଞ୍ଚି ରେଲୱେ ପକ୍ଷରୁ ସଦୀପ ଭାରତୀୟ ୩୪ ଓ ଅଡଲୁ ଶ୍ରୀ ବାସ୍ତବ ୪୨ ରନ କରିଥିଲେ। ରାଞ୍ଚି ଦଳର ସନ୍ଦୀପ ଭାରତୀୟଙ୍କୁ ଛିନ୍ଦେଇକେଲା ରାମଜୀ ମନ୍ଦିର କମିଟି ସଭାପତି ଉତ୍କଳ ହଂସ ମ୍ଯାନ ଅଫଦି ମ୍ଯାଚ ପୁରସ୍କାର ପ୍ରଦାନ କରିଥିଲେ। ଚୂଡାମଣି ପାଢ଼ୀ, ସୁଶାନ୍ତ ପାଣିଗ୍ରାହୀ ଖେଳ ପରିଚାଳନା କରିଥିବା ବେଳେ ପତିତପାବନ ସାହୁ ଧାରା ବିବରଣୀ ପାଠ କରିଥିଲେ। ଆକାଶ ସାହୁ, ସତ୍ଯବାନ ଧରୁଆ ସ୍ଲୋର ର ଦାୟିତ୍ବ ତୁଲାଇ ଥିବା ବେଳେ ରତିକାନ୍ତ ସାହୁ, ନିରାକାର ରଣା, ହେମ ସାଗର ସାହୁ, ପ୍ରମୋଦ ସାହୁ, ରୋହିତ ସାହୁ, ନିଳୟ ସାହୁ, ମଳୟ ସାହୁ, ବିନନ୍ଦ ସାହୁ, ସ୍ବତନ୍ତ୍ର ସାହୁ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଏହି ଖେଳ ୮ ଦିନ ଧରି ଚାଳିବ ।