ଗ୍ଲୋବାଲ୍ ଟିଚର ଆର୍ଓ୍ୱାଡରେ ସି.ଆର୍.ସି.ସି ସମ୍ମାନୀତ

483
ADVERTISEMENT

ପାଇକମାଳ,୨୨।୧୨(ଡି.ଏଚ/କୁଞ୍ଜ ବିହାର ସାହୁ) : – ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପାଇକମାଲ ବ୍ଲକ ଅନ୍ତର୍ଗତ ଲଖମରା କ୍ଲଷ୍ଟରର ସି.ଆର୍.ସି.ସି ସୁବାଷ ଚନ୍ଦ୍ର ସାହୁ ଗତକାଲି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ବସନ୍ତ ରାଓ ଚୌହାନ ହଲ ଠାରେ ଗ୍ଲୋବାଲ ଟିଚର କନଫରେନସ୍ ତରଫରୁ ତାଙ୍କର ବେଷ୍ଟ ଇନୋଭେଟିଭ ପ୍ରାକ୍ଟିସ୍ ଏଣ୍ଡ ଆଇଡିଆ ପାଇଁ ଗ୍ଲୋବାଲ୍ ଟିଚରସ୍ ରୋଲ ମଡେଲ୍ ଏଓ୍ୱାଡ୍ ରେ ସମ୍ମାନୀତ ହୋଇଛନ୍ତିା ଏହି ଉତ୍ସବରେ ଦେଶ ବିଦେଶରୁ ବହୁ ଶିକ୍ଷାବିତ୍ , ଶିକ୍ଷକ ଉପସ୍ଥିତ ଥିଲେ । ସାହୁ ଜଣେ ଆଦର୍ଶ ଶିକ୍ଷକ ତଥା ସୁଦକ୍ଷ ସି.ଆର୍.ସି.ସି ରୂପେ ବେଶ ପରିଚିତ । ଉକ୍ତ ଖବର ପାଇ ପାଇକମାଲ ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷାବିତ୍,ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Advertisement