ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

240
ADVERTISEMENT

ପାଇକମାଲ,୨୧/୧୨,(ଡି.ଏଚ/କୁଞ୍ଜ ବିହାରି ସାହୁ) : ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ଵାରା ପ୍ରତିସ୍ଥିତ ପାଇକମାଳ ବ୍ଲକ ର ଏକ ମାତ୍ର ବାଳିକା ବିଦ୍ୟାଳୟ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହ ରେ ପାଳନ ହୋଇ ଯାଇଛି l ସକାଳ ୮ ଘଣ୍ଟା ସମୟରେ ଛାତ୍ରୀ ମାନେ ପାଇକମାଳ ଶିବ ମନ୍ଦିର ରୁ ମଶାଲ ପ୍ରଜ୍ଵଲନ କରି ଆଣିଥିଲେ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ମଶାଲ ସ୍ଥାପନ ସହିତ ପତାକା ଉତ୍ତୋଳନ କରି ଖେଳ ଆରମ୍ଭ କରିଥିଲେ l ଖେଳ ଶିକ୍ଷୟତ୍ରୀ ନମିତା ସାହୁ ଖେଳ ପରିଚାଳନା କରିଥିଲେ l ସହାୟତା କରିଥିଲେ, ଶିକ୍ଷୟତ୍ରୀ ଉଷା ଦାଶ, ଅନିତା ପାଣିଗ୍ରାହୀ, ରଂଜିତା ସାହା, ଖାଦ୍ୟ ପ୍ରସ୍ତୁତ ଓ ବଣ୍ଟନ କରିଥିଲେ ସେବକ ସେଠ, ଅନିମା ରାଉତ, ସଂଗୀତା ସାହୁ ମଞ୍ଚ ଶଯ୍ୟା କରିଥିଲେ ସତ୍ୟ ଭୂଷଣ ସାହୁ, କୁନୁ ସୁନା l ଖେଳ ଉଦଯାପନୀ ଉତ୍ସବ ରେ ବିଦ୍ୟାଳୟ ର ସଭାପତି ପ୍ରକୃତି ପ୍ରେମି ଧୀରେନ୍ଦ୍ର ମହାନ୍ତି ଯୋଗ ଦେଇ ଥିଲେ ଏବଂ କୃତି ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l

Advertisement