ମାଲକାନଗିରି/ଚିତ୍ରକୋଣ୍ଡା,୧୮।୧୨(ଡି.ଏଚ/ସତ୍ୟ ନାରାୟଣ ମିଶ୍ର) : ଅଂଚଳର ସମୁଦାୟ ୩୧ ଗୋଟି ଦାବିକୁ ନେଇ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର କୁନ୍ତୁରପଦର ଠାରେ ମେଳି କଲେଣି ୫ଟି ପଂଚାୟତ ର ଅଧିବାସୀ । ୩୧ ଗୋଟି ଦାବି ମଧ୍ୟରୁ ମୁଖ୍ୟତ ହନ୍ତାଳଗୁଡା ଠାରେ ସ୍ଥାପିତ bsf କ୍ୟାମ୍ପ କୁ ଵିରୋଧ ହନ୍ତାଳଗୁଡା ଠାରେ ଚାଲିଥିବା ରାସ୍ତାକାମକୁ ବିରୋଧ ବ୍ଲକ କାମରେ ଯାଉଥିବା ଲୋକମାନଙ୍କୁ bsf ଓ ପୋଲିସ ହଇରାଣ କରୁଛି । ଯନ୍ତାବାଇ ଠାରେ ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତିକୁ bsf ପିଟି ପିଟି ମାରିଦେଲେ ବର୍ତ୍ତମାନ ସୁଦ୍ଧା ଦୋଷୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
କ୍ୟାମ୍ପ ବସାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରଯାଉଛି କିନ୍ତୁ ପାଞ୍ଚଟି ପଂଚାୟତ ବାସୀଙ୍କ ଦୀର୍ଘବର୍ଷ ଧରି ଦାବି କରିଆସୁଥିବା ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦିଆଯାଉନାହିଁ । କେଉଁଠି ସ୍କୁଲ ଘର ଅଛିତ ଶିକ୍ଷକ ନାହାଁନ୍ତି ,ମେଡିକାଲ ଘର ଅଛିତ ଡାକ୍ତର ନାହାନ୍ତି, ଔଷଧ ମିଳୁନାହିଁ , ଅଙ୍ଗନବାଡ଼ି ଗୃହ ନାହିଁ,ଗ୍ରାମ ଗୁଡିକରେ ପାନୀୟ ଜଳର ଅଭାବ ପିଇବା ପାଣି ପାଇଁ ଝରଣା ପାଣି, ଛୁଆ ଉପରେ ନିର୍ଭର କରୁଛନ୍ତି ଏହି ଅଂଚଳ ବାସୀ ଗ୍ରାମ ଗୁଡିକରେ ପକ୍କା ରାସ୍ତା ନାହିଁ। ସରକାର ଯଦି ଆଗାମୀ ଦିନରେ ଏହି ସମସ୍ୟା ପ୍ରତି ଧ୍ୟାନ ନଦିଅନ୍ତି ସମସ୍ତ 7 ଟି ପଂଚାୟତ ବାସି ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଧମକ ଦେଇଛନ୍ତି ଅଞ୍ଚଳ ବାସୀ । ସରକାରଙ୍କ ଉଦେଶ୍ୟ ରେ ୩୧ ଦଫା ଦାବି irbn comdent କୁ ଦେଇଥିଲେ