ସପ୍ତମ ଶ୍ରେଣୀ ବାଳକକୁ ଲେବର କାମରେ ନିୟଜିତ : ପିଲାଟି ଟ୍ରାକ୍ଟରରୁ ପଡ଼ିଯିବାରୁ ତାର ମୃତ୍ୟୁ ହୋଇଛି

294
ADVERTISEMENT

ବରଗଡ,୧୬।୧୨(ଡି.ଏଚ/ରାକେଶ କୁମାର ଦାଶ) : ପଦ୍ମପୁର ଥାନା ଅନ୍ତର୍ଗତ ପଞ୍ଚାଭୟା ଗ୍ରାମର ସରପଞ୍ଚ ଯୋଗେନ୍ଦ୍ର ବାଗଙ୍କର ବିନା ରେଜିଷ୍ଟ୍ରେସନର ଟ୍ରାକ୍ଟରରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ମାତ୍ର ୧୨ ବର୍ଷ ବୟସର ବାଳକକୁ ଲେବର କାମ କରାଉଥିବା ସମୟରେ ଟ୍ରାକ୍ଟରରୁ ପଡ଼ିଯିବାରୁ ତାର ମୃତ୍ୟୁ ହୋଇଛି। ଟ୍ରାକ୍ଟରକୁ ଲୁକାଇ ଦେଇ ମାଲିକ ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ତେବେ ଏଭଲି ଘଟଣାକୁ ଗୁରୁତର ସହ ଗ୍ରହଣ କରି ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଦାବି କରିଛନ୍ତି ।

Advertisement