ବ୍ରହ୍ମପୁର, ୨୩/୬(ଡ଼ି.ଏଚ.ବି): ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ ଓ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ତରଫରୁ ‘ଶ୍ରେଣୀ କକ୍ଷରେ ଓଡ଼ିଆ ଶିକ୍ଷାଦାନରେ ଆଧୁନିକ ପଦ୍ଧତି ଓ କୌଶଳ’ ସମ୍ପର୍କରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇସାରିଛି । ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଉତ୍ତମା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉଦ୍ଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ପ୍ରଶାନ୍ତ କୁମାର ଶତପଥୀ ଉଦଘାଟକ ଭାବେ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ । ସାଂପ୍ରତିକ ସମୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଭାବରେ ଓଡ଼ିଆ ଭାଷା କିଭଳି ଶିକ୍ଷାଦାନ କରାଯାଇ ପାରିବ ସେ ସମ୍ପର୍କରେ ସେ ମାତାବାକ୍ତ କରିଥିଲେ ।

ଅଧ୍ୟାପକ ସିଦ୍ଧ।ର୍ଥ ଶଙ୍କର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ଼କ୍ଟର ବିଦ୍ୟୁତ ପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଭିତ୍ତିପ୍ରବନ୍ଧ ଉପସ୍ଥାପିତ କରିଥିଲେ ଡ଼କ୍ଟର ସଞ୍ଜୟ କୁମାର ବାଗ । ତୃତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ପ୍ରପେସର ପ୍ରସନ୍ନ କୁମାର ସ୍ୱାଇଁ । ଏହି ଅଧିବେଶନରେ ବି ଓଡ଼ିଆ ଭାଷା କି ଭଳି ଆଧିନିକ ପଦ୍ଧତି ମାଧ୍ୟମରେ ଶିକ୍ଷାଦାନ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଡକ୍ଟର କୁଳମଣି ଓଝା , ଡ଼ଃ. ହୃଷିକେଶ ପଣ୍ଡା, ଡ଼ଃ. ଅଜୟ କୁମାର ତ୍ରିପାଠୀ , ଡ଼ଃ. ରମେଶ ପ୍ରଧାନ, ଡ଼ଃ. ରାଜେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଅଧ୍ୟାପକ ମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ଆବାହକ ଡ଼ଃ. ଶରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।