ରାସ୍ତା କଡ ଡ୍ରେନରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରି ସୁମନ୍ତ ଧାରୁଆ ତାଙ୍କୁ ପୋଷ୍ୟ ଭାବେ ନେଇ ମାନବିକତାର ପ୍ରମାଣ ଦେଇଛନ୍ତି !

292
ADVERTISEMENT

ବରଗଡ/ପଦ୍ମପୁର,୧୪/୧୨(ଡି.ଏଚ/ରାକେଶ କୁମାର ଦାଶ ) : କଥାରେ ଅଛି “ଯାହାକୁ ରଖିବ ଅନନ୍ତ କି କରିବେ ବଳବନ୍ତ” ସେମିତି ଏକ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ବଡପଡାରେ । ସେଠାକାର ବାସିନ୍ଧା ମାନବିକତା ଆଜି ବି ବଞ୍ଚି ରହିଛି ବୋଲି ପ୍ରମାଣ କରିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ବଡପଡାରେ ଥିବା ସୁମନ୍ତ ଧାରୁଆ ସକାଳ ପ୍ରାୟ 5 ଟା ସମୟରେ ସୁମନ୍ତ ଧାରୁଆ ନିଜ ନିତ୍ୟ କର୍ମ କରିବା ପାଇଁ ଘରୁ ଗଲା ବେଳେ ରାସ୍ତା କଡ ଡ୍ରେନରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ ଏବଂ ତାକୁ ପଦ୍ମପୁର ବଡ ଡାକ୍ତର ଖାନାକୁ ଆଣି ତାର ଉଚିତ ଚିକିତ୍ସା କରିଥିଲେ । ସୁମନ୍ତ ହେଉଛନ୍ତି ଏକ ବିବାହିତ ପୁରୁଷ ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ତଥାପି ସେ ଏହି ନବଜାତ ଶିଶୁ କନ୍ୟାକୁ ନିଜେ ଭରଣା ପୋଷଣ କରିବେ ବୋଲି କହିଛନ୍ତି । ଗୋଟିଏ ପଟେ ସରକାର ବେଟି ବଢ଼ାଓ ବେଟି ପଢ଼ାଓ ର ସ୍ଲୋଗାନ ଦେବା ବେଳେ ଆଉ ଗୋଟେ ପଟେ କନ୍ୟା ଶିଶୁ ହତ୍ୟା କେତେ ଯୁକ୍ତି ଯୁକ୍ତ ଏ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଚି ?

Advertisement