ପ୍ରଧାନଶିକ୍ଷୟତ୍ରୀଙ୍କ ମନ ମୁଖି କାର୍ଯ୍ୟକୁ ନେଇ ଅଭିଭାବକ ଓ ପଞ୍ଚାୟତ ଶିକ୍ଷା କମିଟି ଅସନ୍ତୋଷ

1035
ADVERTISEMENT

ବ୍ରହ୍ମପୁର,୧୩।୧୨(ଡି.ଏଚ/ଇ.ରଞ୍ଜନ ) : ଜଗଦଳପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀଙ୍କ ରାଜୁତିକୁ ନେଇ ଅଭିଵାବକ ଓ ପଞ୍ଚାୟତ ସ୍ତରୀୟ ଶିକ୍ଷା କମିଟିର ପ୍ରଧାନଶିକ୍ଷକୟତ୍ରିଙ୍କ କାର୍ଯ୍ୟରେ ଅଭହେଳlକୁ ନେଇ ଅଭିଯୋଗ ହଇଥିଲା ଏହାର ମୁର୍ଖତ୍ୱର ବିଷୟ ଏହା ଯେ ଦୀର୍ଘ ଦିନ ଧରି ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କୁନି କୁନି ପିଲାମାନଙ୍କ ନିମନ୍ତେ ଡିଜିଟାଲ ଶିକ୍ଷା ମାଧ୍ୟମରେ ପାଠ ପଡାଇବା ନିମନ୍ତେ ବିଦ୍ୟାଳୟକୁ ବ୍ୟାପକ ପରିମାଣରେ କମ୍ପୁଟର ଆସିଥିଲେ ମଧ୍ୟ ତାହା ଦୀର୍ଘ ଦିନଧରି ଅଚଳlବସ୍ତା ରହିଛି, ଏହା ସହ ସ୍କାଉଟ ଯୋଜନା, ଲାଇବ୍ରେରୀ, କ୍ରୀଡା ନିମନ୍ତେ ଆସିଥିବା ସାମଗ୍ରୀ ଗୁଡିକ କାର୍ଯ୍ୟକାରି ହେଉନି ଏହା ସହ ଶିକ୍ଷା ଉପରେ ତାରତମ୍ୟ ଥିବା ଯୋଗୁଁ ପରୀକ୍ଷା ଫଳ ନିମ୍ନସ୍ତରରେ ରହିଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ସ୍କୁଲରୁ ଟିସି ବାହାରକରି ଅନ୍ୟ ବିଦ୍ୟାଳୟକୁ ଗତିକରୁଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ଏଥି ବ୍ୟତୀତ ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଚୂନ ବ୍ୟବହାର ହଇନଥିବା ଯୋଗୁଁ ସ୍କୁଲ ଦୃଶ୍ୟ ପୁରା ମଳିନ ଅବସ୍ଥାରେ ରହିଅଛି ଯାହା ଫଳରେ ଛାତ୍ରଛାତ୍ରୀ ମାନେ ନିଜକୁ ଏକ ପ୍ରକାର ନାପସନ୍ଦ ମଧ୍ୟ କରୁଛନ୍ତି l ଏଥିନିମନ୍ତେ ପ୍ରଧାନଶିକ୍ଷୟତ୍ରୀଙ୍କ ଟାରୁ ବ୍ଲକଶିକ୍ଷାଅଧିକାରୀ ଏବଂ ଜିଲ୍ଲାଶିକ୍ଷାଅଧିକାରୀଙ୍କୁ ଲିଖିତ ମାଧ୍ୟମରେ ଅଭିଯୋଗ ସହ ଅନୁରୋଧ ହଇଥିଲେ ହେଁ ଏଥି ନିମନ୍ତେ କାହାରି ଗୁରୁତ୍ୱ ନଥିବା ଅଭିଭାବକ ଓ ପଞ୍ଚାୟତ ସ୍ତରୀୟ ଶିକ୍ଷାକମିଟି ମିଳିତ ଭାବେ ଗଣମାଧ୍ୟମ ଜୋରିଆରେ ସମସ୍ୟା ସମାଧାନ ନିମନ୍ତେ ଅଭିଯୋଗ ଦାବି କରିବା ସହ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି l ଏହି ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ଜଣକ ଅଭିଭାବକ ଏବଂ ସମସ୍ୟା ବୁଝିବା ନିମନ୍ତେ ଯାଇଥିବା ସାମ୍ବାଦିକଙ୍କୁ ଦୃବ୍ୟବହାର କରିଥିଲେ ଏବଂ କାହା ପରିମିସନ ନେଇ ଗେଟ ବାହାର କଲେ ଏଥିବ୍ୟତୀତ ମୁଁ କୌଣସି ଉତ୍ତର ଦେବିନି ଆପଣ ଯାଇ ଉପରିସ୍ଥ ଅଧିକାରୀଙ୍କୁ ପଚାର କେବେ ସ୍କୁଲକୁ ଆସିବେ ନାହିଁ ବଲି କହିଥିବା ଯୋଗୁଁ ସେଠାରେ ଥିବା ଗ୍ରାମ ଲୋକ ପତିକ୍ରିୟା ସୃଷ୍ଟି କରିଥିଲେ l ତେଣୁ ଏହି ଅଭିଯୋଗକୁ ୫ଟି ସଚିବଙ୍କ ଦୃଷ୍ଟି ଦେବା ସହ ଏହାକୁ ତଦନ୍ତ କରି ଦୃଢକାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବି କରିଛନ୍ତି l ଏଥିରେ ବିଦ୍ୟାଳୟ ପଞ୍ଚାୟତ ଶିକ୍ଷାକମିଟି ସଭାପତି କେ ତ୍ରିପତି ଦାଶ, ବାବୁଲା ଡାକୁଆ, ସିଏଚ.ନରସିଂହ ପାତ୍ର, ସୁବାଷ ଡାକୁଆ, ଦେବରାଜ ବେହେରା, ପି ଗୋପାଳ ଦାଶ ମଙ୍ଗୁଳୁ ପାତ୍ର, ମଙ୍ଗଳା ସେଠୀ, ଶ୍ରୀକାନ୍ତ ପାତ୍ର ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଏହି ଦାବି ସହ ନାରାବାଜି ଦେଇ ଥିଲେ ।

Advertisement