ବ୍ରହ୍ମପୁର, ୨୩/୬(ଇ.ରଞ୍ଜନ): ଦିଗପହଣ୍ଡି ବ୍ଲକ ଗୋକର୍ଣପୁର ପଞ୍ଚାୟତରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା କନକଦୁର୍ଗା ବସ ଦୁର୍ଘଟଣାଗ୍ରସ୍ତ। ଗତକାଲି ରାତିରେ ବାଲୁଗାଁସ୍ଥିତ ଜାତୀୟ ରାଜପଥ ଉପରେ ବସଟି ଛିଡା ହୋଇଥିବା ସମୟରେ ପଛପଟୁ ଏକ ଟ୍ରଲର ଆସି ବସକୁ ପିଟିହେବା ଫଳରେ ବସର ସାମ୍ନା ପଟେ ଠିଆ ହୋଇଥିବା ଯାତ୍ରୀଙ୍କ ଉପରକୁ ବସଟି ମାଡିଯାଇଥିଲା। ଘଟଣାସ୍ଥଳରେ ୧୦ଜଣ ଆହତ ହୋଇଥିବାବେଳେ ୬ରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ, ଜଣଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।।