ଭାରତର ଏୟାରଲାଇନ୍ସ୍ ଇରାନର ବାୟୁସୀମା ବ୍ୟବହାର କରିବା ବନ୍ଦ କଲେ

280
ADVERTISEMENT

ନୂଆଦିଲ୍ଲୀ, ୨୨/୬(ଡ଼ିଏଚବି): ଆମେରିକା ଓ ଇରାନ୍‌ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି । ଇରାନ୍‌ ଆମେରିକାର ଡ୍ରୋନକୁ କ୍ଷେପଣାସ୍ତ୍ର ମାଡକରି ଖସାଇବା ପରେ ତିକ୍ତତା ବୃଦ୍ଧି ପାଇଛି । ଏହାପରେ ବିଭିନ୍ନ ଦେଶର ବିମାନ ପରିବହନ ସଂସ୍ଥା ଇରାନ୍‌ର ବାୟୁସୀମାକୁ ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି । ଭାରତର ସମସ୍ତ ଏୟାରଲାଇନ୍ସ ମଧ୍ୟ ଏବେ ଇରାନ୍‌ର ବାୟୁସୀମା ବ୍ୟବହାର କରିବା ବନ୍ଦ କରିଛନ୍ତି । ଭାରତର ବିମାନଚଳାଚଳ ନିର୍ଦ୍ଦେଶାଳୟ ଇରାନ୍‌ର ବାୟୁସୀମାକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛି ।

ତେବେ, ଏହାଫଳରେ ଦକ୍ଷିଣ ଏସିଆ ଓ ୟୁରୋପ ମଧ୍ୟରେ ଦୂରତା ବୃଦ୍ଧି ପାଇଛି । ଇରାନ୍‌ ଓ ଆମେରିକା ମଧ୍ୟରେ ତିକ୍ତତା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।

Advertisement