ଦେଶୀ ଓ ବିଦେଶୀ ମଦ ଜବତ: ୨ ଗିରଫ

216
ADVERTISEMENT

ହିଞ୍ଜିଳିକାଟୁ, ୨୨ା୬(ଶେଷଦେବ ସାହୁ): ହିଞ୍ଜିଳି ପୋଲିସ ମଦ ଧରପଗଡ଼ କରି ଶୁକ୍ରବାର ରାତିରେ ହିଞ୍ଜିଳି ଥାନା ଆଡ଼ପଡ଼ାରୁ ୪୫ଟି ଦେଶୀ ମଦ ପାଉଚ୍ ଓ ୧୪ ବୋତଲ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ଆଡ଼ପଡ଼ା ଗ୍ରାମର ସିଲୁ ପୃଷ୍ଟି ଓ ସନ୍ତୋଷ ପୃଷ୍ଟି । ଏ ନେଇ ନଂ- ୧୫୩ ଓ ୧୫୪/୧୯ରେ ପୋଲିସ ୨ ଟି ମାମଲା ରୁଜୁ କରି ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

ପ୍ରକାଶ ଥାଉକି, ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ଦୋକାନରେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଥିବାବେଳେ, ସ୍ଥାନୀୟ ଅବକାରୀ ବିଭାଗର କର୍ମଚାରୀମାନେ କିପରି ଜାଣିପାରୁ ନାହାଁନ୍ତି, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅବକାରୀ ବିଭାଗର କାର୍ଯ୍ୟ ପୁଲିସ ପ୍ରଶାସନ କରୁଛି ବୋଲି ମଧ୍ୟ ସାଧାରଣରେ ମତ ପ୍ରକାଶ ପାଉଛି ।

Advertisement