ଶ୍ରୀଜିଉଙ୍କ ଅଙ୍ଗରେ ଲାଗିବ ଫୁଲୁରି ତେଲ

628
ADVERTISEMENT

ପୁରୀ, ୨୨/୬(ଦୁନିଆ ହାଲଚାଲ ): ଶ୍ରୀଜିଉଙ୍କର ଅଣସର ଘରେ ଚାଲିଛି ଗୁପ୍ତ ସେବା। ଆଜି ଅଣସର ପଞ୍ଚମୀ ଥିବାରୁ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ଜ୍ୱର କିଛି ମାତ୍ରାରେ ଉପଶମ ହେବ ବୋଲି ବିଶ୍ୱାସ ରହିଛି। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରି ତେଲ ପ୍ରସ୍ତୁତ କରାଯାଇଛି। ଘସାପେଡ଼ା ରାଶିତେଲ, ସୁବାସିତ ଫୁଲ ଓ ଔଷଧୀୟ ଚେରମୂଳିରୁ ଏହି ତେଲ ପ୍ରସ୍ତୁତ କରାଯାଇଥାଏ।ଦଇତାପତିମାନେ ଏହି ଫୁଲୁରି ତେଲକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମାଲିସ କରିବେ।

Advertisement