ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ

276
ADVERTISEMENT

କଟକ,୨।୧୨,(ଡି.ଏଚ ): ଅଗ୍ନିଶମ ବିଭାଗର ଡିଜି ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଆପିଏସ୍‌ ସୁନୀଲ ରାୟ। କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଦାୟିତ୍ୱ ନେବା ପରେ ଡିଜି କହିଛନ୍ତି, ଟ୍ରାନ୍ସପରାନ୍ସି ଏବଂ ଟାଇମ୍‌ ବାଉଣ୍ଡ ଉପରେ ଗୁରୁତ୍ୱ ଦିଆଯିବ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦିଆଯିବ। ଏହାସହ ବିଭାଗରେ ସ୍ବଚ୍ଛତା ଆଣିବା ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

Advertisement