ପଦ୍ମପୁର,୧ା୧୨(ଡି.ଏଚ/ରାକେଶ କୁମାର ଦାଶ) : ଜଗଦଲପୁର ପୋଲିସ ଗତ ତା ୮୵୫୵୨୦୧୯ ରିଖ ଦିନ ଅଡାପାଣି ଗ୍ରାମ ପାଖରେ ରବିଶଙ୍କର ପାରେ ନାମକ ଜଣେ ବ୍ୟକ୍ତି ଟ୍ରାକ୍ଟରରେ ବାଲି ନେଇ ଯାଉଥିବା ସମୟରେ ୩ ଜଣ ଯୁବକ ନିଜକୁ ଝାରବନ୍ଧ ତହସିଲଦାର ପରିଚୟ ଦେଇ ବାଲି ନେବା ପାଇଁ ଖଜଣା ଦେବା ନାଁରେ ୨୩୦୦୦ ଟଙ୍କା ଠକି ନେଇଥିଲେ। ଠକେଇ ବିଷୟରେ ଜାଣିବା ପରେ ରବିଶଙ୍କର ଜଗଦଲପୁର ଥାନାରେ ଅଭିଯୋଗ କରିଥିଲେ। ଜଗଦଲପୁର ପୋଲିସ ଉକ୍ତ ଯୁବକ ମାନଙ୍କୁ ତଲାସ କରୁଥିବା ବେଳେ ଆଜି କୌଣସି ସୁତ୍ରରୁ ଖବର ପାଇ ତିନି ଅଭିଯୁକ୍ତମାନଙ୍କ ମଧ୍ଯରୁ ନକଲି ତହସିଲଦାର ପରିଚୟ ଦେଇଥିବା ଖଗେଶ୍ବର ଓରଫ ପୃଥ୍ବୀରାଜ ପ୍ରଧାନଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ମଧ୍ଯ ଜବତ କରାଯାଇଛି । ଏହାସହ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାର ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।