ବ୍ରହ୍ମପୁର, ୨୨/୬(ଦୁନିଆ ହାଲଚାଲ ) : ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଏମ୍କେସିଜି ମେଡିକାଲ କଲେଜ ମୁଖ୍ୟ କିରାଣି ନୀଳକଣ୍ଠ ସାହୁଙ୍କ ଠାରୁ ଲାଞ୍ଚ ବାବଦ ୫ହଜାର ଟଙ୍କା ଜବତ କରିବା ସହ ଗିରଫ କରିଥିବା ଏସ୍ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କିରାଣି ନୀଳକଣ୍ଠ ସାହୁ ଅବସରପ୍ରାପ୍ତ ଡାକ୍ତରଙ୍କ ଜିପିଏଫ୍ ଫାଇଲ୍ କାମ ପାଇଁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅପରପକ୍ଷରେ ନୀଳକଣ୍ଠ ସଫେଇ ଦେଇଛନ୍ତି, ତାଙ୍କୁ ଯୋଜନାବଦ୍ଧ ଭାବେ ଫସାଇ ଦିଆଯାଇଛି। ଉଦ୍ଦେଶ୍ୟମୂଳକ ଭାବେ ଷଡ଼୍ଯନ୍ତ୍ର କରି ତାଙ୍କ ପକେଟରେ ଟଙ୍କା ପୂରାଇ ଦିଆଯାଇ ଭିଜିଲାନସ୍କୁ ବ୍ୟବହାର କରାଯାଇଛି ବୋଲି ସେ କହିଛନ୍ତି।