ପାଇକମାଳ,୨୯/୧୧(ଡି.ଏଚ/କୁଞ୍ଜ ବିହାରି ସାହୁ):କୁନି କୁନି ଶିଶୁ ମାନେ ହେଉଛନ୍ତି ଆମର ଦେଶ ଓ ସମାଜର ଭବିଷ୍ଯତ । ତେଣୁ ସେମାନଙ୍କ ମନରେ ବୈଜ୍ଞାନିକ ମନୋଭାବ ଜାଗ୍ରତ କରାଇ ଭବିଷ୍ଯତ ଅଭିମୁଖେ ବାଟ ଫିଟାଇ ବାର ପ୍ରୟାସରେ ପାଇକମାଳ ସ୍ଥିତ ମହୁଲପାଲି- ବୁକୁରାମୁଣ୍ତା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ ତୃତୀୟ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା।ଏଥିରେ ଟେମରୀ କ୍ଲଷ୍ଟର ସଂଯୋଜକ ନାରାୟଣ ମେହେର ମୁଖ୍ଯ ଅତିଥି ଯୋଗ ଦେଇ କୁନି କୁନି ପିଲା ମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୁକୁରାମୁଣ୍ତା ସରପଞ୍ଚ ଅଭିମନ୍ୟୁ ବରିହା,ସମିତି ସଭ୍ଯ ଜଗନ୍ନାଥ ଛତ୍ରିଆ, ଶିକ୍ଷା କେନ୍ଦ୍ରର ଉଦ୍ୟୋକ୍ତା ଲିଙ୍ଗରାଜ ପ୍ରଧାନ, ସଭାପତି ଯୁବରାଜ ପ୍ରଧାନ, କୋଷାଧ୍ୟକ୍ଷ ରଙ୍କମଣି ବାରିକ ଯୋଗ ଦେଇଥିଲେ। ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ମଣ୍ଟୁ ଭୋଇ, ବିକାଶ ଚନ୍ଦ୍ର ବେହେରା, ମନୋଜ କୁମାର ସାହୁ ଯୋଗ ଦେଇଥିଲେ। ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ପଞ୍ଚାନନ ବିଶି, ଗଙ୍ଗାଧର ବଗାର, ସେବିତ କୁମାର ପାତ୍ର, ବସନ୍ତ ଦାଶ, ସୁନିଲ ବାରିକ, ସୁନୀଲ ରଣା, ଜଗା ନାୟକ, ଯଜ୍ଞସେନ ପଣ୍ଡା, ଯଜ୍ଞସେନୀ ପ୍ରଧାନ, ମମତା ପ୍ରଧାନ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।