ପଦ୍ମପୁର,୨୯/୧୧ଡି.ଏଚ/ରାକେଶ କୁମାର ଦାଶ) : ବରଗଡ ଜିଲ୍ଲା ପଦ୍ମପୁର ଗୋରୁ ବଜ଼ାର ରେ rajborasambar କୃଷକ ସଂଗଠନ ତରଫରୁ ଆଜି ବିରାଟ କୃଷକ ଆନ୍ଦୋଳନ ସମାବେଶ ହୋଇଛି ଏହି ସଭାରେ ଆବାହକ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ସଭାପତି ବାଞ୍ଛାନିଧି ନାୟକ ଏବଂ ପଦ୍ମପୁର, ପାଇକମାଳ, ଓ ଝାରବନ୍ଧ ବ୍ଲକ ର ସମସ୍ତ ଚାଷୀ ପ୍ରାୟ ତଃ 5000 ଚାଷୀ ଯୋଗଦାନ ଦେଇ ଏହି ଆନ୍ଦୋଳନକୁ ସଫଳ କରିଥିଲେ । ମୁଖ୍ୟ ବକ୍ତା ଭାବେ ଏସିଆନ ନୋବେଲ ପ୍ରାପ୍ତ ଶ୍ରୀ ପ୍ରଫୁଲ୍ଲ ସାମନ୍ତ ରାୟେ ଯୋଗଦାନ ଦେଇ ସଭାକୁ ଆଗକୁ ବଢ଼ାଇ ଥିଲେ, ସରକାରଙ୍କ ଚାଷୀ ମନକୁ ନେଇ ବିଭିନ୍ନ ପ୍ରକାର ବେନିୟମ ମାନଙ୍କୁ ସେ ବିରୋଧ କରିଥିଲେ ଏବଂ 7 ଦଫା ଦାବି ନେଇ ଚାଷୀ ମାନେ ରାଜ ରାସ୍ତାକୁ ଓହ୍ଲାଇଥିଲେ । ଏହି 7 ଦଫା ଦାବି ହେଲା

…
ଧନ ବିକ୍ରି ସମୟ ରେ ସରକାର ଲଗେଇ ଥିବା ଟୋକନ ବ୍ୟବସ୍ତାକୁ ସମସ୍ତ ଚାଷୀ ବିରୋଧ କରି ଉତେଜେନା ପ୍ରକାଶ କରିଥିଲେ ଏବଂ ଟୋକନ ବ୍ୟବସ୍ତା ବନ୍ଦ କରାଯାଉ ବାଲି ସମାଲୋଚନା କରିଥିଲେ, ଦିନ ଦିନ ଧରି ମଣ୍ଡିରେ ଧନ ପଡି ରହୁଛି ଏବଂ ବିନା ଟୋକନରେ ଧନ ବିକ୍ରି ହଉ ନାହିଁ ଯାହାଫଳରେ କ୍ଷୁଦ୍ର ଚାଷୀ ନାହିଁ ନଥିବ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଯଦି ସରକାର ଚାଷୀ ମାନଙ୍କ କଥା ନ ଶୁଣନ୍ତି ତ ଚାଷୀ ମାନେ ଆଗାମୀ ଦିନରେ ରାସ୍ତା ରୋକ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।