ଖଜୁରୀପଡା,୨୫/୧୧(ଡି.ଏଚ/ହିମାଂଶୁ ପାଢ଼ୀ):ଶୀତରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା । ଲୋକେ ଘରୁ ବାହାରିପାରୁନାହାନ୍ତି । ଏମିତିରେ ଖଜୁରୀପଡା ବ୍ଲକରେ ରହୁଥିବା କିଛି ଅସହାୟ ଲୋକକୁଂ କମ୍ବଳ ବାଣ୍ଟିଲେ ସ୍ବେଛାସେବୀ ।ବ୍ଲକର କିଛି ଅପହଞ୍ଚ ଗ୍ରାମ ଟକଲି, ଖଲିବେରେନା, ବିଜୁଳିସାହି,କୁଟିଲାଝର ଆଦିଗ୍ରାମକୁ ଯାଇ ଲୋକକୁଂ କମ୍ବଳ ପ୍ରଦାନ କରିଛନ୍ତି ।
ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦଶନୀ ,ସାନ୍ତୁନୁ କୁମାର ଭୋଇ,ଶିବ ସୁନ୍ଦର ମହାନ୍ତି,ଗୌତମ ହଂସ ,ବଳରାମ ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ । ଯୁବକ ମାନକଂ ଏପରି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ସ୍ଥାନୀୟ ବାସିନ୍ଧା ।