ପାଇକମାଲ,୨୪।୧୧(ଡି.ଏଚ/କୁଞ୍ଜ ବିହାରି ସାହୁ) : ପଦ୍ମପୁର-ଗାଇସିଲାଟ ଥାନ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢିବାରେ ଲାଗୁଛି ଯାହା ଫଳରେ ମୁଖ୍ୟତଃ ଯୁବପିଢ଼ି ପଥ ଭ୍ରଷ୍ଟ ହେଉଛନ୍ତି । ତେଣୁ ଏହିସବୁ କାରଣରୁ ବରଗଡ଼ ଏସପି ପଦ୍ମିନୀ ସାହୁ ଓ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଗାଇସିଲାଟ ଥାନାଅଧିକାରୀ ହାଡିବନ୍ଧୁ ଗଡତିଆ ଓ ଏଏସଆଇ ଜେ.ସେଠଙ୍କ ନେତୄତ୍ବରେ ଦୁଇଗୋଟି ଟିମ ଗଠନ କରି କଠଉମାଲ ଗ୍ରାମରେ ଚଢାଉ କରାଯାଇଥିଲା ।ଏହି ଚଢାଉରେ ଏକ ମାରୁତି ଓ୍ବିଙ୍ଗର (OD-17-F-4739),୨୭୧ ଗୋଟି କରେକ୍ସ ବୋତଲ,୫ଷ୍ଟ୍ରିପ ନିଶା ବଟିକା ଜବତ କରାଯାଇଥିଲା ।ଏହି ନିଶା ଦ୍ରବ୍ୟ ବିକ୍ରିରେ ଲିପ୍ତଥିବା ଅଇଁଲାଭଟା ଗ୍ରାମର ହରିଶ୍ଚନ୍ଦ୍ର ସାହୁ ଏବଂ କଠଉମାଲ ଗ୍ରାମର କପିଲ ସାହୁ ଓ ବାବୁଲାଲ ସାହୁଙ୍କୁ ଗିରଫ କରାଯାଇ ଗାଇସିଲାଟ ଥାନାରେ ଦୁଇଗୋଟି କେଶ ୧୪୮/୧୯ ଓ ୧୪୯/୧୯ମାମଲା ରୁଜୁ କରାଯାଇ ଉକ୍ତ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗାଇସିଲାଟ ଥାନଧିକାରୀ ହାଡିବନ୍ଧୁ ଗଡତିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।