ନୂଆଦିଲ୍ଲୀ, ୨୦/୬(ଡିଏଚବି): ଗୁରୁବାର ଇଂଲଣ୍ଡର ଟ୍ରେଣ୍ଟବ୍ରିଜଠାରେ ଖେଳାଯାଉଥିବା ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ୱିକେଟ୍ ହରାଇ ବିରାଟ ୩୮୧ ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆର ବିଶାଳ ସ୍କୋର ପଛରେ ଡ଼େଭିଡ଼୍ ୱାର୍ଣ୍ଣରଙ୍କ ବିଶେଷ ଅବଦାନ ରହିଛି। ଓପନର ଡ଼େଭିଡ଼୍ ୱାର୍ଣ୍ଣର ୧୪୭ଟି ବଲରୁ ୧୪ଟି ଚୋକା ଓ ୫ଟି ଛକା ସହାୟତାରେ ୧୬୬ ରନ କରିଛନ୍ତି। ସେହିଭଳି ଉସମାନ ଖ୍ବାଜା ୭୨ ବଲରୁ ୧୦ଟି ଚୌକା ସହାୟତାରେ ୮୯ ରନ୍, ଆରୋନ ଫିଞ୍ଚ ୫୧ ବଲରୁ ୫ଟିଚୌକା ଓ ୨ଟିଛକା ସହାୟତାରେ ୫୩ ରନ୍ ତଥା ମାକ୍ସୱେଲ ୧୦ଟି ବଲରୁ ୩ଟି ଛକା ଓ ୨ଟି ଚୌକା ସହାୟତାରେ ୩୨ ରନ ସଂଗ୍ରହ କରିଛନ୍ତି। ତେବେ ବାଂଲଦେଶ ପକ୍ଷରୁ ସୋମ୍ୟ ସରକାର ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି।