ଆସନ୍ତାକାଲି ମୌସୁମୀ ଓଡ଼ିଶା ଛୁଇଁବ; ପ୍ରବଳ ବର୍ଷା ଆଶଙ୍କା

266
ADVERTISEMENT

ଭୁବନେଶ୍ୱର, ୨୦/୬ (ନରେନ୍ଦ୍ର ଜେନା): ମୌସୁମୀ ଆସନ୍ତାକାଲି ଓଡିଶା ଛୁଇଁବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି । ତେବେ, ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ-ମୌସୁମୀ ବର୍ଷା ଦେଖିବାକୁ ମିଳିଛି । ଅନ୍ୟପଟେ ଆସନ୍ତାକାଲି ମୌସୁମୀ ଓଡ଼ିଶାକୁ ଛୁଇଁଲେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ।

ବିଶେଷକରି ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ, ବର୍ତ୍ତମାନ ସୁଦ୍ଧା ଗଞ୍ଜାମର ଦିଗପହଣ୍ଡିରେ ସର୍ବାଧିକ ୨୫ ମିଲିମିଟର ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ରେକର୍ଡ କରାଯାଇଛି । ଆଜି ସକାଳୁ ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଥିବା ଦେଖିବାକୁ ମିଳିଛି ।

Advertisement