ପରିଦର୍ଶକଙ୍କ ଅଚାନକ ପରିଦର୍ଶନ

532
ADVERTISEMENT

ବରଗଡ଼,୨୨।୧୧ଡି.ଏଚ/କୁଞ୍ଜ ବିହାରି ସାହୁ ) : ଚଳିତ ମାସରେ ପାଇକମାଲ ବ୍ଲକର ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ସବ୍ ସେଣ୍ଟରରେ ନୂତନ ଭାବେ ଦିଆଯାଉଥିବା ଜାପାନିଜ୍ ଏନସେଫାଲାଇଟିସ୍ ଟୀକାକରଣ କାର୍ଯକ୍ରମ ଖୁବ୍ ଯୋରରେ ଚାଲିଛିା ସମସ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ନିଜ ନିଜ ଅଂଚଳରେ ମୁତାୟନ ସମେତ ଘରଘର ବୁଲି କିଭଳି ଭାବେ ସମସ୍ତ ପିଲା ଉକ୍ତ ଟୀକା ପାଇପାରିବେ ସେ ବିଷୟରେ ଗ୍ରାମ ମାନଙ୍କରେ ଥିବା ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ସହ ଜନସାଧାରଣଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳୁଛିା ଆଜି ବୁକୁରାମୁଣ୍ଡା ସି.ଏଚ୍. ସି ର ଏକ ପ୍ରତିନିଧି ଦଳ ଅଚାନକ ଭାବେ କେତେକ ଅଂଚଳକୁ ଯାଇ ଟୀକାଦାନ କିଭଳି ଭାବେ ହେଉଛି ତାହା ପରିଦର୍ଶନ କରିଥିଲେ । ପ୍ରତିନିଧି ଦଳରେ ବି.ଇ.ଇ ,ବି.ପି.ଓ,ବାଡା,ବି.ଡି.ଏମ୍ ,ଏଲ୍.ଏଚ୍.ଭି ସମେତ କାର୍ଯରତ ଦୁଇ ଜଣ ସୁପରଭାଇଜର୍ ଙ୍କ ଆଗମନ ପରିଲଥିତ କରାଯାଇଥିଲା ।

Advertisement