ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଓହ୍ଲାଇବ କମଳା ଜର୍ସିରେ

222
ADVERTISEMENT

ନୂଆଦିଲ୍ଲୀ, ୨୦/୬(ଡିଏଚବି): ଭାରତ ଆସନ୍ତା ଜୁନ୍ ୩୦ ତାରିଖରେ ହେବାକୁଥିବା ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାରମ୍ପରିକ ନୀଳ ରଙ୍ଗ ବଦଳରେ କମଳା ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ। ସାଧାରଣତଃ ଭାରତ ଓ ଇଂଲଣ୍ଡର ଜର୍ସି ନୀଳ ରଙ୍ଗର ହୋଇଥାଏ। ନିୟମ ଅନୁଯାୟୀ, ଆୟୋଜକ ଟିମକୁ ଆଇସିସି ଇଭେଣ୍ଟରେ ତା’ର ନିଜ ଜର୍ସିର ରଙ୍ଗ କାଏମ ରଖିବାକୁ ହୋଇଥାଏ। ଏଣୁ, ଇଂଲଣ୍ଡ ଆୟୋଜକ ଟିମ୍ ହୋଇଥିବାରୁ ସେ ତା’ର ପୂର୍ବନିର୍ଦ୍ଧାରିତ ଜର୍ସି ସହ ମଇଦାନକୁ ଓହ୍ଲାଇବ ଓ ଟିମ୍ ଇଣ୍ଡିଆକୁ ବିକଳ୍ପ ଜର୍ସିର ବ୍ୟବହାର କରିବାକୁ ପଡ଼ିବ।

ସେହିପରି ଆସନ୍ତା ଜୁନ୍ ୨୨ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଉଭୟ ଭାରତ ଓ ଆଫଗାନିସ୍ତାନର ରଙ୍ଗ ମଧ୍ୟ ନୀଳ। ଏଭଳି ସ୍ଥିତିରେ ଶନିବାର ହେବାକୁଥିବା ମ୍ୟାଚରେ ଆଫଗାନିସ୍ତାନ ତା’ର ଜର୍ସିରେ ପରିବର୍ତ୍ତନ କରିପାରେ।

ଆଇସିସି ନିୟମ ମୁତାବକ, କୌଣସି ମ୍ୟାଚର ପ୍ରସାରଣ ଯଦି ଟିଭିରେ ହେଉଥାଏ, ତା’ହେଲେ ଦୁଇଟିମ୍ ଗୋଟିଏ ରଙ୍ଗର ଜର୍ସି ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇପାରିବେ ନାହିଁ। ଏହି ନିୟମ ପୂର୍ବରୁ ଫୁଟବଲରେ “ହୋମ୍ ଏଣ୍ଡ ଆୱେ” ମୁକାବିଲାରେ ପରିଧାନ କରାଯାଉଥିବା ଜଣାଯାଇଛି।

Advertisement