ରାସ୍ତା କଡରୁ ମୃତଦେହ ଉଦ୍ଧାର

261
ADVERTISEMENT

ଟିଟିଲାଗଡ ,୨୦/୬(ଦୁନିଆ ହାଲଚାଲ ): ବାଗଦେର ଗାଁ ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଘଟବାହାଲିର ରାଜେନ୍ଦ୍ର ଛତର । ସୂଚନାଯୋଗ୍ୟ ଯେ, ଟିଟିଲାଗଡ ଜିଲ୍ଲା ବାଗଦେର ଗାଁ ନିକଟ ରାସ୍ତା କଡରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟିଟିଲାଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଏକ ବାଇକ୍ ମଧ୍ୟ ଜବତ ହୋଇଛି । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Advertisement