ମୋଟର ପାର୍ଟସ୍ ଗୋଦାମରେ ଅଗ୍ନିକାଣ୍ଡ

234
ADVERTISEMENT

ବଡବିଲ ,୨୦|୬(ଦୁନିଆ ହାଲଚାଲ) : ଯୋଡା ଥାନା କମାରଯୋଡାରେ ଥିବା ରାଜା ମୋଟର ପାର୍ଟସ୍ ଗୋଦାମରେ ଅଗ୍ନିକାଣ୍ଡ ,ଲକ୍ଷାଧିକ ଟଙ୍କାର ପାର୍ଟସ୍ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନାନୁସାରେ, ସର୍ଟ ସର୍କିଟ୍ ରୁ ପାର୍ଟସ୍ ଗୋଦାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ବ୍ୟାପିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଦୁଇଟି ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଆୟତ୍ତ ହେବା ବେଳକୁ ଲକ୍ଷାଧିକ ଟଙ୍କାର ମୋଟର ପାର୍ଟସ୍ ପୋଡି ପାଉଁଶ ହୋଇସାରିଥିଲା । ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ବୋଲି ମାଲିକ ଆମଦ୍ ରାଜା କହିଛନ୍ତି । 

Advertisement