ଏମ୍‌ବିବିଏସ୍ ଓ ବିଡିଏସ୍ ରେ ନାମଲେଖା ପାଇଁ ଅନଲାଇନ୍ ପଞ୍ଜିକରଣ

270
ADVERTISEMENT

ଭୁବନେଶ୍ୱର, ୨୦/୬(ଦୁନିଆ ହାଲଚାଲ ) : ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ NEETରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଆଜିଠୁ ଅନ୍‌ଲାଇନ୍ ପଞ୍ଜିକରଣ କରି ପାରିବେ। ଏହି ଅନ୍‌ଲାଇନ୍ ପଞ୍ଜିକରଣ ୨୫ ଜୁନ୍‌ ପର୍ଯ୍ୟନ୍ତ ଚାଲିବ। ୨୬ ଜୁନରେ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ । ୨୬ରୁ ୨୯ ଜୁନ ପର୍ଯ୍ୟନ୍ତ ନୋଡାଲ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଆସନ୍ତା ଜୁଲାଇ ୧ ତାରିଖରେ ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୧ରୁ ୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିପାରିବେ। ଜୁଲାଇ ୪ରୁ  ଛାତ୍ରଛାତ୍ରୀ ପ୍ରୋଭିଜନାଲ ଆଲଟମେଣ୍ଟ ଲେଟର ଡାଉନଲୋଡ କରିପାରିବେ।  ଏହାପରେ ଜୁଲାଇ ୫ରୁ ଜୁଲାଇ ୯ ମଧ୍ୟରେ ପ୍ରଥମ ରାଉଣ୍ଡ ନାମଲେଖା, ୨୭ରୁ ୩୦ ଜୁଲାଇ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ।ଅଗଷ୍ଟ ୪ରୁ ଅଗଷ୍ଟ ୮ ମଧ୍ୟରେ ଖାଲିଥିବା ସିଟ୍ ପାଇଁ ସ୍ପଟ୍ ଆଡମିଶନ ହେବ।

Advertisement