ପ୍ରଧାନମନ୍ତ୍ରୀଙ୍କ ୱାନ୍‌ ନେସନ୍‌, ୱାନ୍‌ ଇଲେକ୍ସନ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ

591
ADVERTISEMENT

ନୂଆଦିଲ୍ଲୀ, ୧୯/୬(ଡିଏଚବି): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଏକ ଦେଶ, ଏକ ନିର୍ବାଚନ ପାଇଁ ଡକାଯାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ମାତ୍ର, ବୈଠକରେ କଂଗ୍ରେସ ସମେତ ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିଏସପି ଅଧ୍ୟକ୍ଷ ମାୟାବତୀ, ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ଓ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଦଳ ଅନୁପସ୍ଥିତ ଥିବାବେଳେ ବାମଦଳ ଓ ଏନସିପି ଏଥିରେ ଯୋଗଦେଇଥିଲେ । ତେବେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇ ୱାନ୍‌ ନେସନ୍‌, ୱାନ୍‌ ଇଲେକ୍‌ସନକୁ ଆଜି ସମର୍ଥନ ଜଣାଇଛନ୍ତି ।

ଏହାସହିତ ସମ୍ବିଧାନର ମୁଖବନ୍ଧରେ ଅହିଂସାଙ୍କୁ ସ୍ଥାନ ଦେବା, ସାମାଜିକ ହିତ ଦୃଷ୍ଟିରୁ ଜମି ଅଧିଗ୍ରହଣ ଆଇନ- ୨୦୧୩ର ସଂଶୋଧନ କରିବା, ପରିବେଶ ସୁରକ୍ଷା ଓ ଅର୍ଥନୈତିକ ବିକାଶକୁ ପରିପୂରକ କରିବା, ଜଙ୍ଗଲ ସଂରକ୍ଷଣ ଆଇନରେ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । ସେହିଭଳି ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣକୁ ମଧ୍ୟ ନବୀନ ସମର୍ଥନ ଜଣାଇଛନ୍ତି । ଏଦିଗରେ ସବୁପ୍ରକାର ସହଯୋଗ କରିବାକୁ କେନ୍ଦ୍ର ସରକାରଙ୍କୁ ନବୀନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

Advertisement