ସମ୍ବଲପୁର, ୧୯/୬(ଡିଏଚବି): ଆଜି ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ସୂଚନାନୁଯାୟୀ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ପ୍ରାୟ କିଛିସେକେଣ୍ଡ ପାଇଁ ହୋଇଥିବା ଲୋକେ କହୁଛନ୍ତି। ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଛନ୍ତି।