କରଣ ସମାଜ ଗୁରୁତ୍ୱପୂର୍ଣ୍ଣ ସଭା

289
ADVERTISEMENT

ପାଇକମାଳ,୯।୧୧(ଡ଼ିଏଚ/କୁଞ୍ଜବିହାରୀ ସାହୁ ) : ଆଜି ଶନିବାର ଦିନ ଅପରାହ୍ନ ୪ ଟା ସମୟରେ ବର ତୁଣ୍ଡା ବଜାର ପ୍ରାଙ୍ଗଣରେ ପାଇକମାଳ ଓ ଝାରବନ୍ଦ ବ୍ଲକ୍ ନୃସିଂହନାଥ ଜୋନ କରଣ ସମାଜର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ ଶରତ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ । ସଭାରେ ପ୍ରକୃତି ବନ୍ଧୁ ଧିରେନ ମହାନ୍ତି ଉଦେଶ୍ୟ ଜ୍ଞାପନ କରିଥିଲେ । ସମାଜ ଯୁବ ବନ୍ଧୁ ପ୍ରଶାନ୍ତ ପଟ୍ଟନାୟକ ଓ ନରେନ୍ଦ୍ର କୁମାର ମହାନ୍ତି ସମାଜ ଭାଇ ମାନଙ୍କୁ ଏକତ୍ରିତ କରି ଆଜି ଵୈଠକରେ ସାମିଲ୍ କରିଥିବାରୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା । ବୈଠକରେ ସମାଜର ସ୍ବତନ୍ତ୍ର ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ମହୋତ୍ସବ , ମନ୍ଦିର ନିର୍ମାଣ, ଓ ଧର୍ମଶାଳା ନିର୍ମାଣ ଉପରେ କରାଯିବ ସହ ସ୍ବତନ୍ତ୍ର ଏକ ବନ୍ଧୁ ମିଳନ ନୃସିଂହନାଥ ଠାରେ କରାଯିବ ପାଇଁ ଆଲୋଚନା କରାଯାଇଥିଲା ।ନୃସିଂହନାଥ ଜୋନ୍ ଦ୍ଵାରା ଅନୁଷ୍ଠିତ ହେବାକୁ ଥିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ପଦମପୁର ଅଞ୍ଚଳର ସମାଜ ବନ୍ଧୁ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବାପାଇଁ ନିଷ୍ପତି ନିଆଯାଇଥିଲା । ଏପରିକି ପଡୋଶୀ ଜିଲ୍ଲାରୁ ସମାଜ ର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବାପାଇଁ ନିଷ୍ପତି ନିଆଯାଇଥିଲା। ବୈଠକରେ ନୃସିଂହନାଥ ଜୋନ୍ ର ଝାରବନ୍ଧ ବ୍ଲକ ଓ ପାଇକମାଳ ବ୍ଲକ ର ସମସ୍ତ ପରିବାର ର ସମାଜ ବନ୍ଧୁ ଭାଇ ମନେ ଯୋଗ ଦେବା ସହ ପଦମପୁର ଅଞ୍ଚଳର ସମାଜ ବନ୍ଧୁ ମାନେ ଯୋଗ ଦେଇଥିଲେ । ଆସନ୍ତା ତା୧୭-୧୧- ୧୯ରିଖ ରବିବାର ଦିନ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବା ଓ ଏଥି ନିମନ୍ତେ ତା୧୦-୧୧-୧୯ରିଖରେ ପୁଣି ଥରେ ପ୍ରସ୍ତୁତି ବୈଠକ ବସିବା ପାଇଁ ନିଷ୍ପତି ହୋଇଛି । ଶେଷରେ ବରିଷ୍ଠ ସାମାଜିକ କର୍ମୀ ପ୍ରମୋଦ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement