ଭୁବନେଶ୍ୱର, ୧୯/୬(ନରେନ୍ଦ୍ର ଜେନା): ବୁଧବାର ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ପରୀକ୍ଷା ଫଳ। ଚଳିତ ବର୍ଷ ଅଫ୍ଲାଇନ୍ରେ ୨୫ହଜାର ୭୩୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଅନ୍ଲାଇନ୍ରେ ୧୩ହଜାର ୯୧୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ତେବେ ୬ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କୁ ର଼୍ୟାଙ୍କ ମିଳିଛି। ର଼୍ୟାଙ୍କ ପାଇ ନଥିବା ୬ଜଣ ପରୀକ୍ଷାରେ କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିବା ଜଣାପଡ଼ିଛି। ଏଥିରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍ କୋର୍ସରେ ନାମ ଲେଖିପାରିବେ। ତେବେ କିଏ କେଉଁ ବିଭାଗରେ ଟପ୍ପର ହୋଇଛନ୍ତି ଆସନ୍ତୁ ଜାଣିବା-
ଟପ୍ପର ମାନଙ୍କ ତାଲିକା:
- ଏମ୍ବିଏ: ପ୍ରଦୀପ କୁମାର କମ୍ପ
- ଏମ୍ସିଏ: ସ୍ମିତାରାଣୀ ଚୌଧୁରୀ
- ଏମ୍ଟେକ୍: ପ୍ରଦୀପ କୁମାର ବାରିକ
- ଏମ୍ଫାର୍ମା: ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ
- ବିଫାର୍ମା: ସମୀର କୁମାର ପାଢ଼ୀ
- ଲାଟେରାଲ ଏଣ୍ଟ୍ରୀ ଫାର୍ମାସି: ଅମିତ କୋଟାଲ
- ଲାଟେରାଲ ଏଣ୍ଟ୍ର ବିଏସ୍ସି: ଭବାନୀ ଶଙ୍କର ବେହେରା
- ଇଣ୍ଟିଗ୍ରେଟେଡ୍ ଏମବିଏ: ସ୍ବୀକୃତି ମହାପାତ୍ର
- ଲାଟେରାଲ ଏଣ୍ଟ୍ରି ଏମ୍ସିଏ: ସୁମନ୍ତ ପାତ୍ର
ଛାତ୍ରୀଛାତ୍ରମାନେ www.ojee.nic.in ୱେବସାଇଟ୍କୁ ଯାଇ ସେମାନଙ୍କ ରେଜଲ୍ଟକୁ ଦେଖିପାରିବେ।